ପୁରୀ (ଏଟିଆର ବ୍ୟୁରୋ): ମହାପ୍ରଭୁଙ୍କ ବିଶେଷ ନୀତି ପାଇଁ ବନ୍ଦ ଥିବା ଶ୍ରୀମନ୍ଦିର ଆଜି ଖୋଲିଛି । ସ୍ୱାଭାବିକ ହୋଇଛି ସର୍ବସାଧାରଣ ଦର୍ଶନ । ସେହିପରି ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ । ଏହି ବେଶରେ ରତ୍ନସିଂହାସନ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବାମନ ରୂପୀ ବାଳକ ରୂପରେ, ବଡଠାକୁର ବଳଭଦ୍ର ରାଜ ବେଶରେ ଏବଂ ମା ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହୋଈଥାନ୍ତି ।
ଦ୍ୱିପ୍ରହର ଧୂପ ବଢିବା ପରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଏଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅଳଙ୍କାର ବିଭୂଷିତ କରାଯାଇଥାଏ । ଭଗବାନ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ଧାରଣ କରି ବଳିମହାରାଜଙ୍କୁ ପାତାଳରେ ଚାପିଥିଲେ । ସେଥିପାଇଁ କରାଯାଏ ମହାପ୍ରଭୁଙ୍କ ବଳିବାମନ ବେଶ । ଏହି ବେଶ ବଡ ସିଂହାର ପୂଜା ହେବା ଯାଏଁ ରହିଥାଏ ।