ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ଚୈତ୍ର ନବରାତ୍ରି ଚାଲିଛି । ଏହି ଅବସରରେ ଆମେ ଦେବୀ ମାତାଙ୍କର ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଚାହୁଁଛୁ ସେହି ମନ୍ଦିରକୁ ଯିବା ଦ୍ୱାରା ବ୍ୟକ୍ତିଙ୍କର ପ୍ରତ୍ୟେକ ମନସ୍କାମନା ପୂରଣ ହୋଇଥାଏ । ମନ୍ଦରରେ ପହଁଚିବା ପାଇଁ ଭକ୍ତଙ୍କୁ ଏକ ହଜାରରୁ ଅଧିକ ପାହାଚ ଚଢିବାକୁ ପଡିଥାଏ ।
ନବରାତ୍ରି ଅବସରରେ ଏହି ମନ୍ଦିରରେ ବହୁତ ମାତ୍ରାରେ ଭିଡ ଲାଗି ରହିଥାଏ । ମନ୍ଦିରଟି ଛତିଶଗଡର ଡାଙ୍ଗରଗଢରେ ଏହି ପ୍ରସିଦ୍ଧ ମନ୍ଦିର ଅବସ୍ଥିତ । ଏଠାରେ ମା ବମଲେଶ୍ୱରୀ ପୂଜା ପାଆନ୍ତି । ଏହି ମନ୍ଦିରରେ ହୋମ ର ବିଧି ସମ୍ପୂର୍ଣ୍ଣ ନିଆରା । ଏଠାରେ ହୋମରେ ଲାଲ ଲଙ୍କା ବ୍ୟବହାର କରାଯାଇଥାଏ ।
ଶତୃଙ୍କୁ ବିନାଶ କରିବାର ରଙ୍ଗ ଲାଲ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଏହି ମନ୍ଦିରରେ ହୋମ ସାମଗ୍ରୀରେ ଲାଲ ଲଙ୍କା ବ୍ୟବହାର କରାଯାଏ । ଏହାସହିତ ସମସ୍ତ ଶତୃଙ୍କର ମଧ୍ୟ ବିନାଶ ହୋଇଥାଏ ।
ଯଦି ଆପଣମାନେ ବି କୌଣସି ମନସ୍କାମନା ପୂରଣ କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ରୂପେ ଏହି ମନ୍ଦିରକୁ ଯାଆନ୍ତୁ । ଏହି ମନ୍ଦିରକୁ ଆସୁଥିବା ସମସ୍ତ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ ହେବା ସହିତ ସମସ୍ତ କଷ୍ଟ ଦୂର ହୋଇଥାଏ ।