ପୁରୀ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କିଛି ନା କିଛି ନୀତି ଅନୁଷ୍ଠିତ ହୋଇଥାଏ । ସେହିଅନୁଯାୟୀ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି । ଏହି ନୀତି ଦତ୍ତମହାପାତ୍ର ସେବକମାନଙ୍କ ଦ୍ୱାରା ଦ୍ୱିପ୍ରହର ଧୂପ ବଢିବା ପରେ ଆରମ୍ଭ କରାଯିବ । ସେବକମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ । ଏଥିପାଇଁ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତି କସ୍ତୁରୀ, କଳା, ହରିତାଳ, ଶଙ୍ଖ ଓ ହିଙ୍ଗୁଳ ବ୍ୟବହାର କରାଯିବ । ଏହାପରେ ଶ୍ରୀଜିଉଙ୍କ ମୁଖମଣ୍ଡଳ ଚମକି ଉଠିବ ।
ଦତ୍ତାମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଏହି ନୀତିକୁ ଗୁପ୍ତ ଭାବେ ଅନୁଷ୍ଠିିତ କରିବେ । ନୀତି ଅନୁଷ୍ଠିତ ହେବା ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ସେଥିପାଇଁ ଆଜି ଅପରାହ୍ନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ଶ୍ରୀଜିଉଙ୍କୁ କୌଣସି ଦର୍ଶନ କରି ପାରିବେ ନାହିଁ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି ।