ପୁରୀ (ଏଟିଆର ବ୍ୟୁରୋ); ଶ୍ରୀଜିଉଙ୍କ ଅନବସରର ଆଜି ଚତୁର୍ଦ୍ଦଶୀ ତିଥି । ଏହି ଅବସରରେ ଆଜି ଖଡିପ୍ରସାଦ ବିଜେ ସହ ଶ୍ରୀଜିଉଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କଠାରେ ଲାଗି ହୋଇଥିବା ଖଡିପ୍ରସାଦକୁ ସେବକମାନେ ରୂପା ଥାଳିରେ ନେଇ ଗଜପତି ମହାରାଜାଙ୍କୁ ପ୍ରସାଦ ରୂପେ ଅର୍ପଣ କରିବେ ।
ଏହାପରେ ଶ୍ରୀମନ୍ଦିରରେ ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ବନକଲାଗି ନୀତି ଅନୁଷ୍ଠିତ ହେବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, କେଶର, ଧଳା ଓ କଳା ରଙ୍ଗ ବ୍ୟବହାର କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ ସେବାୟତ ।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଚାଲିବ । ଏହାପରେ ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ ।