ପୁରୀ (ଏଟିଆର ବ୍ୟୁରୋ): ଚାଲିଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ବ୍ରତ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଆଜି ପଞ୍ଚୁକ ବ୍ରତର ଦ୍ୱାଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ପାଇଁ ଆଜି ସକାଳୁ ସକାଳୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଆଧ୍ୟାତ୍ମିକ ପରିବେଶରେ ଉଛୁଳି ପଡୁଛି ପୁରୀ ବଡଦାଣ୍ଡ ।
ସେହିପରି ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉ ୫ଦିନ ଯାକ ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି । ଆଜି ଦ୍ୱାଦଶୀ ତିଥିରେ ବାଙ୍କଚୁଡ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଏହି ସ୍ୱତନ୍ତ୍ର ବେଶ ଦେଖିବା ଲାଗି ଭକ୍ତଙ୍କ ପ୍ରବଳ ଭିଡ ଜମିଛି । ବିଶ୍ୱାସ ରହିଛି ରହିଛି କି ପଞ୍ଚୁକ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଦ୍ୱାରା ଅଶେଷ ପୂଣ୍ୟ ପ୍ରାପ୍ତି ହୋଇଥାଏ ।