ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେମାବାର ଦିନ ଭଗବାନ ଶିବଙ୍କୁ ଆରଧନା କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । କୁହାଯାଏ ଭୋଳାଶଙ୍କର ଏଭଳି ଏକ ଦେବତା , ଯେକୌଣସି ବ୍ୟକ୍ତି ତାଙ୍କ ଲିଙ୍ଗ ଉପରେ ଗୋଟେ ଲୋଟା ଜଳ ଚଢାଇବା ଦ୍ୱାରା ସେ ପ୍ରସନ୍ନ ହୋଇଯାଇଥାନ୍ତି । ଏହାସହିତ ଭଗବାନଙ୍କର ପ୍ରିୟ ହେଉଛି ବେଲ ପତ୍ର । ଇତି ମଧ୍ୟରେ ଆପଣ ବେଲ ପତ୍ରକୁ ଭଗବାନଙ୍କ ଠାରେ ସଠିକ୍ ଭାବେ ଉପଯୋଗ କରି ସମସ୍ତ ମନସ୍କାମନା ପୂରଣ କରିପାରିବେ । ତେବେ ଆମେ ଆପଣଙ୍କୁ ବେଲ ପତ୍ରର ମହତ୍ୱ ଏବଂ ଶିବ ଲିଙ୍ଗ ଉପରେ ଏହି ପତ୍ରକୁ ଚଢାଇବା ସମୟରେ ପାଠ କରାଯାଉଥିବା ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ।
ବେଲପତ୍ରର ମହିମା: ଭଗବାନ ଶିବଙ୍କ ପୂଜାରେ ବେଲ ପତ୍ରର ଖୁବ୍ ମହତ୍ୱ ରହିଛି । ବିନା ବେଲ ପତ୍ରରେ ଭଗବାନଙ୍କ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ । ବେଲ ପତ୍ରରେ ଦୈବିକ ଶକ୍ତି ବ୍ୟତିତ ଏହାକୁ ଔଷଧୀୟ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହା ଦ୍ୱାରା ଅନେକ ରୋଗ ଦୂର ହୁଏ ।
ଏହାବ୍ୟତିତ ଯଦି ଆପଣଙ୍କ ବିବାହରେ କୌଣସି ପ୍ରକାରର ବାଧା ଉପୁଜୁଛି, ତେବେ ୧୦୮ଟି ବେଲ ପତ୍ର ଉପରେ ଚନ୍ଦନରେ ରାମ ଲେଖି ତାକୁ ଶିବ ଲିଙ୍ଗ ଉପରେ ଚଢାନ୍ତୁ । ଏବଂ ଶୀଘ୍ର ବିବାହର ପ୍ରାର୍ଥନା କରନ୍ତୁ ।
ଏହାସହିତ ଯଦି ଆପଣଙ୍କର କୌଣସି ରୋଗ ଦୀର୍ଘ ଦିନ ହେବ ଭଲ ହେଉ ନାହିଁ ତେବେ ୧୦୮ ବେଲପତ୍ର ଏବଂ ଚନ୍ଦନ ଅତର ନିଅନ୍ତୁ । ଆଉ ସେହି ଚନ୍ଦନ ଅତରରେ ବେଲପତ୍ରକୁ ବୁଡାଇକି ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ପ୍ରତ୍ୟେକ ବେଲ ପତ୍ରରେ ଓଁ ହୌଂ ଜୁଂ ସଃ ମନ୍ତ୍ର ଜପ କରନ୍ତୁ ।