ଭୁବନେଶ୍ୱର ( ଏଟିଆର ) : ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କୁ ଦେବତା ମାନଙ୍କର ଶିଳ୍ପୀ ବୋଲି କୁହାଯାଇଥାଏ । ବିଶ୍ୱକର୍ମାଙ୍କୁ ସଂସାରର ପ୍ରଥମ ଇଞ୍ଜିନିଅର ଏବଂ ବାସ୍ତୁକାର ବୋଲି ମଧ୍ୟ କୁହାଯାଏ । ପରମ୍ପରା ଅନୁସାରେ ଭଗବାନ ବିଶ୍ୱକର୍ମାଙ୍କର ପୂଜା ସମ୍ପୂର୍ଣ ବିଧି ବିଧାନ ସହ କରାଯାଏ ।
ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । କୋଭିଡ୧୯ କଟକଣା ପାଇଁ ଚଳିତ ବର୍ଷ ନିରାଡ଼ମ୍ବରରେ ପାଳିତ ହୋଇଛି ବିଶ୍ୱକର୍ମା ପୂଜା । ଏହି ଅବସରରେ ଭଗବାନ ବିଶ୍ୱକର୍ମାଙ୍କର ୧୦୮ ନାମ ଜପିବା ଦ୍ୱାରା ଲାଭକାରି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆସନ୍ତୁ ଜାଣିବା ବିଶ୍ୱକର୍ମାଙ୍କର ୧୦୮ ନାମ ମଧ୍ୟରୁ କିଛି ନାମ ବିଷୟରେ …
ଓଁ ବିଶ୍ୱକର୍ମଣେ ନମଃ , ଓଁ ବିଶ୍ବାତ୍ମନେ ନମଃ , ଓଁ ବିଶ୍ଵଧରାୟ ନମଃ ,ଓଁ ବିଶ୍ଵଧର୍ମୟ ନମଃ , ଓଁ ବିରଜେ ନମଃ , ଓଁ ବିଶ୍ୱାସ୍ଵରାୟ ନମଃ , ଓଁ ବିଶ୍ୱକରାୟା ନମଃ , ଓଁ ବରଦାୟ ନମଃ , ଓଁ ବିତଳୟ ନମଃ , ଓଁ ବିଶ୍ଵମ୍ଭରାୟ ନମଃ , ଓଁ ଦେବାୟ ନମଃ , ଓଁ ପୁରୁଷାୟ ନମଃ ଓଁ ଵିଶ୍ଵଵ୍ୟାପୀନେ ନମଃ ଆଦି । ଏହିଭଳି ବିଶ୍ୱକର୍ମାଙ୍କର ୧୦୮ ନାମ ଜପିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି ।