ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭ କାମରେ ପଞ୍ଚାମୃତ ବ୍ୟବହାର କରାଯାଇଥାଏ । ପୂଜାର୍ଚ୍ଚାନାରେ ଏହା ଶୁଭ ବୋଲି କୁହାଯାଇଥାଏ । ସାଧାରଣତଃ ଦହି, ଖୀର, ଘିଅ, ଚିନି ଏବଂ ମହୁ ମିଶାଇ ପଞ୍ଚାମୃତ ତିଆରି କରାଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ପଞ୍ଚାମୃତରେ ମିଶ୍ରିତ ଥିବା ଏହି ପାଞ୍ଚଟି ଜିନିଷ ଭଗବାନଙ୍କୁ ପ୍ରସନ୍ନ କରିବା ସହିତ ଆପଣଙ୍କ ଭାଗ୍ୟକୁ ବି ଚମକାଇ ପାରେ । ତେବେ ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ..
– ପଞ୍ଚାମୃତରେ ଖୀରର ବ୍ୟବହାର ହୋଇଥାଏ । ଏହାକୁ ଶୁଭର ପ୍ରତିକ ବୋଲି କୁହାଯାଇଥାଏ । ସେଥିପାଇଁ ପୂଜା ସରିବା ପରେ ଏହାକୁ ସେବନ କରିବା ଦ୍ୱାରା
ବ୍ୟକ୍ତିଙ୍କର ରାଗ ଶାନ୍ତ ହୋଇଥାଏ ଏବଂ ମସ୍ତିସ୍କରେ ଶକ୍ତି ବୃଦ୍ଧି ହୋଇଥାଏ ।
– ଯଦି ଆପଣଙ୍କ କାମରେ ବାଧା ଉପୁଜୁଛି ତେବେ ପୂଜାରେ ଲାଗିଥିବା ପଞ୍ଚାମୃତକୁ ଆପଣଙ୍କ ଘରର ଚାରିକୋଣରେ ଛିଞ୍ଚି ଦିଅନ୍ତୁ । ଏହାଦ୍ୱାରା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ ।
– ପଞ୍ଚାମୃତରେ ଦହି ବି ବ୍ୟବହାର କରାଯାଏ । ଦହିର ଗୁଣ ହେଉଛି ଅନ୍ୟକୁ ନିଜ ଭଳି କରିବା । ଇତି ମଧ୍ୟରେ ପଞ୍ଚାମୃତ ସେବନ କଲେ ବ୍ୟକ୍ତିଙ୍କ ମଧ୍ୟରେ ସଦଗୁଣ ବିକାଶ ହୋଇଥାଏ ।
– ଯେଉଁ ଲୋକଙ୍କ ମନ କୌଣସି କାମରେ ଲାଗୁ ନାହିଁ , ସେମାନଙ୍କୁ ପଞ୍ଚାମୃଅତ ସେବନ କରିବା ଉଚିତ୍ । ଏହାଦ୍ୱାରା ଆପଣଙ୍କ କାମ ସହଜରେ ହୋଇଯିବ ।
– ପଞ୍ଚାମୃତରେ ଘିଅର ପ୍ରୟୋଗ ଦ୍ୱାରା ସ୍ନେହର ବୃଦ୍ଧି । ଏହାକୁ ସେବନ କରିବା ଦ୍ୱାରା ବ୍ୟକ୍ତିଙ୍କର ପରିବାର ପ୍ରତି ଦାୟିତ୍ୱ ବଢିଥାଏ । ଏହାସହିତ ଇଶ୍ୱର କୃପା ଲାଭ ହୋଇଥାଏ ।
– ଯଦି ଆପଣଙ୍କ ପରିବାରରେ ସର୍ବଦା ଝଗଡା ଲାଗି ରହୁଛି , ତେବେ ଗୁରୁବାର ପୂଜା ସରିବା ପରେ ସମସ୍ତଙ୍କୁ ପଞ୍ଚାମୃତ ଦେବା ସହ ନିଜେ ସେବନ କରନ୍ତୁ । ଏହାଦ୍ୱାରା ପାରିବାରିକ କଳହ ଦୂର ହେବ ।
– ପଞ୍ଚାମୃତରେ ଚିନି ବ୍ୟବହାର ହୁଏ । ଏହା ମଧୁରତାକୁ ବଢାଇଥାଏ । ସେଥିପାଇଁ ପଞ୍ଚାମୃ ସେବନ ଦ୍ୱାରା ବୈବାହିକ ଜୀବନ ଭଲ ରହିଥାଏ । ଏହାସହିତ ସମ୍ପର୍କରେ ମିଠାପଣ ଭରି ହୋଇଥାଏ ।
– ଯେଉଁ ବ୍ୟକ୍ତିଙ୍କ ଭାଗ୍ୟ ସାଥ୍ ଦେଉ ନାହିଁ , ସେମାନେ ସୋମବାର ଦିନ ଭଗବାନ ଶିବଙ୍କୁ ପଞ୍ଚାମୃତ ଚଢାନ୍ତୁ । ଏହାପରେ ସେହି ପଞ୍ଚାମୃତକୁ ସେବନ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ।
– ଯଦି ଆପଣଙ୍କ ପାଖରେ ଟଙ୍କା ରହୁନାହିଁ, ତେବେ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଲାଗି ହୋଇଥିବା ପଞ୍ଚାମୃତକୁ ଶହେ ଟଙ୍କିଆ ନୋଟ୍ ରେ ଛିଞ୍ଚି ଦିଅନ୍ତୁ । ଏହାପରେ ସେହି ଟଙ୍କାକୁ ଏକ କପଡାରେ ବାନ୍ଧି ଆଲମିରାରେ ରଖିଦିଅନ୍ତୁ । ଏହାଦ୍ୱାରା ଧନ ବୃଦ୍ଧି ହେବ ।
– ଯଦି ଆପଣଙ୍କ ଘରେ କୌଣସି ସଦସ୍ୟ ସର୍ବଦା ରୋଗରେ ପଡିଥାନ୍ତି ,ତେବେ ତାଙ୍କୁ ରବିବାର ଦିନ ପଞ୍ଚାମୃତ ସେବନ କରାନ୍ତୁ । ଏଭଳି କରିବା ଦ୍ୱାରା ବହୁତ ଶୀଘ୍ର ରୋଗ ଭଲ ହୋଇଯାଏ ।