ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆପଣମାନେ ଦେଖିଥିବେ କିଛି ଲୋକ ହାତରେ ବିଭିନ୍ନ ରଙ୍ଗର ସୂତା ବାନ୍ଧିଥାନ୍ତି । ଯେପରିକି ଲାଲ, କଳା,ହଳଦିଆ ରଙ୍ଗର ଆଦି । ହାତରେ ଏଭଳି ସୂତା ବାନ୍ଧିବା ଆଜିକାଲିର ଫ୍ୟାସନ ହୋଇଗଲାଣି । ଏହାବ୍ୟତୀତ ମନ୍ଦିରରେ ପୂଜାରି ଭକ୍ତଙ୍କ ହାତରେ ସୂତା ବାନ୍ଧିଥାନ୍ତି । ବହୁତ କମ ଲୋକ ଜାଣିଥିବେ ଯେ ହାତରେ ସୂତା ବାନ୍ଧିଲେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏହାକୁ ରକ୍ଷା ସୂତ୍ର ମଧ୍ୟ କୁହାଯାଇଥାଏ । ଏହାକୁ ହାତରେ ବାନ୍ଧିବାର ସଠିକ ଉପାୟ ଜାଣିବା ଆବଶ୍ୟକ ।
ଜ୍ୟୋତିଷ ଶାସ୍ତ୍ରରେ ରକ୍ଷା ସୂତ୍ରର ବିଶେଷ ମହତ୍ୱ ରହିଛି । ଯେକୌଣସି ପୂଜା ଆରମ୍ଭରୁ ପଣ୍ଡିତମାନେ ଘରର ମୁଖିଆଙ୍କ ହାତରେ ଏହି ସୂତାକୁ ବିଶେଷ ମନ୍ତ୍ର ପାଠ କରି ବାନ୍ଧିଥାନ୍ତି । ସେଥିପାଇଁ ଯଦି ହାତରେ ସୂତା ବାନ୍ଧୁଛନ୍ତି, ତେବେ ସଠିକ୍ ବିଧି ବିଧାନ ଅନୁଯାୟୀ ବାନ୍ଧନ୍ତୁ । ଏହାର ପ୍ରଭାବ ଆପଣଙ୍କ ଜୀବନରେ ପଡିଥାଏ । ପ୍ରତ୍ୟେକ ଭଗବାନ ଏବଂ ଗ୍ରହ ଅନୁଯାୟୀ ଭିନ୍ନ ଭିନ୍ନ ରଙ୍ଗର ସୂତା ବାନ୍ଧିବାର ନିୟମ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଗ୍ରହ ଏବଂ ଦେବତାଙ୍କ ପାଇଁ ହାତରେ କେଉଁ ରଙ୍ଗର ରକ୍ଷା ସୂତ୍ର ପିନ୍ଧିବା ଉଚିତ୍ ।
ଶନି: ଶନିଙ୍କ କୃପା ଲାଭ ପାଇଁ ନୀଳ ରଙ୍ଗର ସୂତା ହାତରେ ବାନ୍ଧିବା ଉଚିତ୍ ।
ବୁଧ: ବୁଧଙ୍କ ପାଇଁ ସବୁଜ ରଙ୍ଗର ସୁକ୍ଷ୍ମ ସୂତା ହାତରେ ବାନ୍ଧନ୍ତୁ ।
ଗୁରୁ ଏବଂ ବିଷ୍ଣୁ: ଏଥିପାଇଁ ଆପଣ ହାତରେ ହଳଦିଆ ରଙ୍ଗର ରେଶମ ସୂତା ହାତରେ ବାନ୍ଧନ୍ତୁ ।
ଶୁକ୍ର ଏବଂ ଲକ୍ଷ୍ମୀ: ଶୁକ୍ର ଏବଂ ଲକ୍ଷ୍ମୀଙ୍କ କୃପା ପାଇଁ ହାତରେ ଧଳା ରଙ୍ଗର ରେଶମ ସୂତା ହାତରେ ବାନ୍ଧନ୍ତୁ ।
ଚନ୍ଦ୍ର ଏବଂ ଶିବ: ଶିବଙ୍କ କୃପା ଏବଂ ଚନ୍ଦ୍ରଙ୍କ ଭଲ ପ୍ରଭାବ ପାଇଁ ଧଳା ସୂତା ହାତରେ ବାନ୍ଧନ୍ତୁ ।
ଋାହୁ-କେତୁ ଏବଂ ଭୈରବ: ରାହୂ-କେତୁ ଏବଂ ଭୈରବଙ୍କ କୃପା ପାଇଁ ହାତରେ କଳା ରଙ୍ଗର ସୂତା ପିନ୍ଧିବା ଉଚିତ୍ ।
ମଙ୍ଗଳ ଏବଂ ହନୁମାନ: ଭଗବାନ ହନୁମାନ ଏବଂ ମଙ୍ଗଳ ଗ୍ରହର କୃପା ପାଇଁ ଆପଣ ହାତରେ ଲାଲ ରଙ୍ଗର ସୂତା ବାନ୍ଧନ୍ତୁ ।
ଯଦି ହାତରେ ସୂତା ବାନ୍ଧିବାକୁ ଚାହୁଁଛନ୍ତି, ତେବେ ଗ୍ରହ ଏବଂ ଦେବତାଙ୍କର ବାରରେ ସେହି ସୂତାଟିକୁ ପୂଜା କରି ହାତରେ ବାନ୍ଧନ୍ତୁ । ଏହାଫଳରେ ଜୀବନରେ ସକରାତ୍ମକ ପ୍ରଭାବ ପଡିଥାଏ ।