ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମନୁଷ୍ୟ ଭିତରେ ରହିଛି ଅନେକ ପ୍ରଶ୍ନର ଗନ୍ଥାଘର । ପ୍ରତି କ୍ଷେତ୍ରରେ ପ୍ରଶ୍ନ । ଏହି ସବୁ ମଧ୍ୟରେ କିଛି ପ୍ରଶ୍ନ ଏପର୍ଯ୍ୟନ୍ତ ରହସ୍ୟମୟ ହୋଇ ରହିଛି । ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନଙ୍କୁ ପୂଜା କରିବା ସମୟରେ ତାଳିମାରି ଅର୍ଚ୍ଚନା କରାଯାଇଥାଏ । ଏହା ବହୁ ପୁରାତନ କାଳରୁ ପ୍ରଚଳିତ ହୋଇ ଆସୁଛି ।
ଭଗବାନଙ୍କ ସ୍ତୁତି, ଭକ୍ତି,ଆଳତି ଆଦି ଧର୍ମ କର୍ମ ବେଳେ ତାଳି ବଜା ଯାଇଥାଏ । ତାଳି ବଜାଇବା ଏକ ବ୍ୟାୟାମ । ଏହାଦ୍ୱାରା ଶରୀରର ମାଂସପେଶୀ ସକ୍ରିୟ ରହିଥାଏ । ଜୋର ଜୋରରେ ତାଳି ବଜାଇବା ଦ୍ୱାରା ଶରୀରରୁ ଝାଳ ନିର୍ଗତ ହୁଏ । ଏବଂ ପୂରା ଶରୀରରେ ଏକ ଉତ୍ତେଜନା ସୃଷ୍ଟି ହୋଇଥାଏ । ଆମ ହାତରେ ଶରୀରର ଅନ୍ୟ ଅଙ୍ଗର ଶୀରା ପ୍ରଶୀରାର ପଏଣ୍ଟ ଥାଏ । ଯାହାକୁ ଆକ୍ୟୁପ୍ରେସର ପଏଣ୍ଟ କୁହାଯାଏ । ତାଳି ବଜାଇବା ଦ୍ୱାରା ଏହି ବିନ୍ଦୁରେ ଚାପ ପଡିଥାଏ ଏବଂ ସମ୍ବନ୍ଧିତ ଅଙ୍ଗରେ ରକ୍ତ ସଂଚାର ବୃଦ୍ଧି ହୋଇଥାଏ । ଅକ୍ୟୁପ୍ରେସର ପଦ୍ଧତିରେ ତାଳିବଜାଇବା ଖୁବ୍ ଲାଭକାରୀ ହୋଇଥାଏ । ଏହି କାରଣରୁ ତାଳି ବଜାଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ ।
ହିନ୍ଦୁ ଧର୍ମରେ ତାଳି ବଜାଇବା ସ୍ୱାଭାବିକ । ମନ୍ଦିର ହେଉ କିମ୍ବା ଅନ୍ୟ କୌଣସି ପୂଜା ସ୍ଥଳ, ଯେଉଁଠି ଆଳତୀ ହୁଏ ସେଠି ଶ୍ରଦ୍ଧାଳୁମାନେ ତାଳି ବଜାଇବାର ଦେଖିବାକୁ ମିଳେ ।