ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଥିବା କୋଟି କୋଟି ଦେବତାଙ୍କର ଭିନ୍ନ ଭିନ୍ନ ମହତ୍ୱ ରହିଛି । ସେହି ଦେବତାମାନଙ୍କ ମଧ୍ୟରୁ କିଛି ଏଭଳି ଦେବତା ଅଛନ୍ତି ଯାହାଙ୍କ ବିଷୟରେ ଅନେକ ଲୋକ ଅଜଣା ଥିବେ । ସେଥି ମଧ୍ୟରୁ ଏକ ଦେବତା ହେଉଛନ୍ତି କାଳ ଭୈରବ । ତାଙ୍କୁ ଭଗବାନ୍ ଶିବଙ୍କ ସ୍ୱରୂପ ବୋଲି ମଧ୍ୟ କୁହାଯାଇଥାଏ । ଏହାସହିତ ସେ ଶିବ ପୁତ୍ର ନାମରେ ମଧ୍ୟ ନାମିତ । ବହୁତ କମ୍ ଲୋକ କାଳ ଭୈରବର ଉତ୍ପତି ବିଷୟରେ ଜାଣିଥିବେ । ତାଙ୍କୁ ରହସ୍ୟର ଦେବତା ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା କାଳ ଭୈରବ ଅଷ୍ଟମୀ ବିଷୟରେ..
ଭୈରବ ବାବାଙ୍କ ଉତ୍ପତି ଶିବଙ୍କ କ୍ରେଧରୁ ହିଁ ହୋଇଥିଲା ବୋଲି ବିଶ୍ୱାସ ରହିଛି । ମହାଦେବଙ୍କ ହୃଦୟ ଦୁଇ ଭାଗ ହୋଇ ପ୍ରଥମେ ବଟ ଭୈରବ ଏବଂ ଦ୍ୱିତୀୟରେ କାଳ ଭୈରବଙ୍କ ଉତ୍ପତି ହୋଇଥିଲା । ଏହି ଦୁଇ ଭୈରବଙ୍କ ପୂଜା ହିନ୍ଦୁ ଧର୍ମରେ କରାଯାଏ । ପୁରାଣଶାସ୍ତ୍ର ଅନୁଯାୟୀ; ଭଗବାନ ଭୈରବଙ୍କୁ ଅସିତାଙ୍ଗ , ରୁଦ୍ର, ଚଣ୍ଡ, କ୍ରୋଧ, ଉନ୍ମତ, କପାଳୀ , ଭୀଷଣ ଏବଂ ସଂହାର ନାମରେ ବି ଜଣା ଯାଇଥାଏ । ଏହାସହିତ ମହାଦେବଙ୍କ ପଞ୍ଚମ ଅବତାର ଭୈରବକୁ ଭୈରବନାଥ ବୋଲି କୁହାଯାଏ । ଅନେକ ସମାଜରେ ତାଙ୍କୁ କୂଳ ଦେବତା ରୂପେ ପୂଜା କରାଯାଇଥାଏ ।
କାଳ ଭୈରବ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି । ଭଗବାନ ଶିବଙ୍କ ସେନା ମଧ୍ୟରୁ ୧୧ ରୁଦ୍ର, ୧୧ ରୁଦ୍ରାଣୀ, ଚଉଷଠୀ ଯୋଗିନୀ, ଅଗଣତି ମାତୃକ ଏବଂ ୧୦୮ ଭୈରବ ଅଛନ୍ତି । କଳିକା ପୁରାଣ ଅନୁଯାୟୀ , ଗଣେଶଙ୍କ ମୁଣ୍ଡ କଟିବା ପୂର୍ବରୁ ଭୈରବଙ୍କ ସହ ଯୁଦ୍ଧ କରିଥିଲେ ସେଥିପାଇଁ ଭୋଳାନାଥ ତାଙ୍କୁ ବୀରଭଦ୍ର ନାମରେ ଡାକନ୍ତି ।
ସାରା ଦେଶରେ କାଳ ଭୈରବଙ୍କ ଅନେକ ପ୍ରସିଦ୍ଧ ମନ୍ଦିର ରହିଛି । ସବୁଠାରୁ ପ୍ରାଚୀନ ଏବଂ ଚମକ୍ରାରୀ ହେଉଛି ଉଜ୍ଜେନ କାଶୀରେ । ପ୍ରତ୍ୟେକ ଭୈରବ ଅଷ୍ଟମୀରେ ଏହି ମନ୍ଦିରରେ ଭିଡ ଜମିଥାଏ ।