ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଆନନ୍ଦ ଉଲ୍ଲାସରେ ଖେଳି ଉଠିଛି ଅଯୋଧ୍ୟା । ଘରେ ଘରେ ପ୍ରସ୍ତୁତି ଏବଂ ଉତ୍ସବର ମାହୋଲ । ଭୂମିପୂଜା ପୂର୍ବରୁ ପୁରା ଅଯୋଧ୍ୟା ରାମମୟ ହୋଇ ଉଠିଛି । ଗଳି କନ୍ଦିଠାରୁ ଆରମ୍ଭ କରି କାନ୍ଥ ବାଡ ସବୁଠି ରାମଙ୍କ ଚିତ୍ର । ଏହାସହିତ ଟ୍ରଷ୍ଟ ପକ୍ଷରୁ ଠା ଠାରେ ତୋରଣ ନିର୍ମାଣ କରାଯାଇଛି ।
ସାକେତ କଲେଜରୁ ରାମଗଢି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଯେଉଁ ରାସ୍ତାରେ ଯିବେ ତାର ଦୁଇ ପାଖ ରଙ୍ଗରେ ରଙ୍ଗିନ କରାଯାଇଛି । ସେହିପରି ରାମଜନ୍ମଭୂମିର ମୁଖ୍ୟ କାର୍ଯ୍ୟକ୍ରମ ସ୍ଥଳ ସ୍ୱତନ୍ତ୍ର ଭାବେ ଥାଇଲାଣ୍ଡ ଫୁଲ ଆସି ସଜା ହୋଇଛି ।
ଅଗଷ୍ଟ ୫ ରେ ଦିନ ୧୧ ଟା ୧୫ ମିନିଟ୍ ରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ସାକେତ କଲେଜର ହେଲିପ୍ୟାଡରେ ପହଁଚିବ । ସେଠାରୁ ହନୁମାନଗଢିକୁ ଯିବେ ପ୍ରଧାନମନ୍ତ୍ରୀ, ସେଠି ୭ ମିନିଟ୍ ପୂଜା କରିବେ ପୁଣି ଶ୍ରୀରାମଜନ୍ମଭୂମି ଗେଟ ନଂ୩ରୁ ରାମଲାଲା ଦଗୱାରରେ ୧୨ ମିନିଟ ପୂଜାର କାର୍ଯ୍ୟକ୍ରମ ରହିଛି । ଏହାପରେ ଗର୍ଭଗୃହରେ ଭୂମିପୂଜା କରି ରାମମନ୍ଦିରର ଇଟା ରଖିବେ ମୋଦି । ସେଠାରେ ୪୫ ମିନିଟ୍ ର ସମ୍ବୋଧନ କାର୍ଯ୍ୟକ୍ରମ ରହିଛି ।
ସେପଟେ ଟ୍ରଷ୍ଟ ପକ୍ଷରୁ ଭୂମିପୂଜନର ସଂଯୋଜକ ଆଚାର୍ଯ୍ୟ ଇନ୍ଦ୍ରଦେବ ମିଶ୍ର କହିଛନ୍ତି କି, ଗଣପତି ପୂଜା ପରେ ପ୍ରଥମ ଦିନ ମାନେ ସୋମବାର ଅନୁଷ୍ଠାନ ଆରମ୍ଭ ହେବ । ଏହାପରେ ପଞ୍ଚାଗ ପୀଠ ପୂଜା କରାଯିବ । ତା ପର ଦିନ ରାମାର୍ଚା ପୂଜା ହେବ । ପ୍ରଧାନମନ୍ତ୍ରୀ ମୋଦି ଆସିବା ପୂର୍ବରୁ ଅଗଷ୍ଟ ୫ରେ ବେଦୀ ପୂଜା କରାଯିବ । ୧୨ଟା ସୁଧା ଶ୍ରୀରାମ ଗର୍ଭଗୃହରେ ପହଁଚିବେ ମୋଦି । ଏହାପରେ ୧୨ ଟା ୧୫ ମିନିଟ୍ ୧୫ ସେକେଣ୍ଡରେ ପ୍ରଥମ ଇଟା ରଖିବେ ।