ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭଗବାନ ଶିବଙ୍କର ମହିମା କାହାକୁ ବା ଅଜଣା । ଶିବଲିଙ୍ଗର ପୂଜା ଆପଣମାନେ ନିଶ୍ଚିତ ରୂପେ କରିଥିବେ କିନ୍ତୁ ଏଭଳି ଏକ ଶିବଲିଙ୍ଗ ବିଷୟରେ ଜାଣିଛନ୍ତି କି ମଣିଷ ଦ୍ୱାରା ନିର୍ମିତ ଏକ ଲିଙ୍ଗ ଯାହା ପ୍ରତ୍ୟେକ ବର୍ଷ ବଢିବାରେ ଲାଗିଛି । ଆଜ୍ଞା ହଁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି ଛତିିଶଗଡ ଗରିୟାବନ୍ଦ ଜିଲ୍ଲାର ମରୌଦା ଗାଁରେ । ଏଠାରେ ଏକ ପ୍ରାକୃତିକ ଶିବଲିଙ୍ଗ ପୂଜା ପାଉଛନ୍ତି ଯିଏ ଭୁବନେଶ୍ୱର ନାଥ ନାମରେ ପ୍ରସିଦ୍ଧ । ଏହାର ମହତ୍ୱ ହେଉଛି ପ୍ରତ୍ୟେକ ବର୍ଷ ୬ ରୁ ୮ ଇଞ୍ଚି ବଢିଯାଇଥାଏ ଏହି ଲିଙ୍ଗ ।
ଏହି ଭୁବନେଶ୍ୱର ନାଥ ଶିବଲିଙ୍ଗ ପ୍ରାୟତଃ ମାଟିରୁ ପାଖାପାଖି ୧୮ ଫୁଟ୍ ଉଞ୍ଚା ଏବଂ ଗୋଲେଇ ୨୦ ଫୁଟ୍ । ଯଦି ପ୍ରତ୍ୟେକ ବର୍ଷ ବିନା କୌଣସି ମାନବୀୟ ଗତିବିଧିରେ ଏହି ଲିଙ୍ଗର ଉଚ୍ଚତା ବଢୁଛି, ତେବେ ଏହା କୌଣସି ଚମକ୍ରାର ଠାରୁ କମ୍ ନୁହେଁ ।
ତେବେ ଆସନ୍ତୁ ଜାଣିବା ଏହା ପଛର କାହାଣୀ । କୁହାଯାଏ କି ଶହ ଶହ ବର୍ଷ ପୂର୍ବରୁ ଏହି ଅଞ୍ଚଳରେ ଶୋଭା ସିଂହ ନାମକ ଏକ ବ୍ୟକ୍ତି ରହୁଥିଲେ । ଯିଏ ପ୍ରତ୍ୟେକ ଦିନ ନିଜ କ୍ଷେତର କାମ କରନ୍ତି । ଗୋଟେ ଦିନ ତାଙ୍କ କ୍ଷେତ ପାଖରେ ଅଚାନକ୍ ଏକ ଜଙ୍ଗଲି ପଶୁ ରଡି କରୁଥିବାର ଶୁଣିବାକୁ ମିଳିଲା । ବ୍ୟକ୍ତି ଜଣଙ୍କ ଗାଁ ଲୋକଙ୍କ ସହ ମିଶି ସେହି ପଶୁକୁ ଖୋଜିବା ଆରମ୍ଭ କଲେ । କିନ୍ତୁ ପଶୁ ତ ମିଳିଲା ନାହିଁ ବରଂ ଏକ ଛୋଟିଆ ଶିବଲିଙ୍ଗ ମିଳିଲା । ଦେଖୁ ଦେଖୁ ସମସ୍ତଙ୍କ ସେହି ଲିଙ୍ଗ ପ୍ରତି ଅସ୍ଥା ବଢିବାରେ ଲାଗିଲା । ତାପରେ ସେହି ଲିଙ୍ଗକୁ ପୂଜାର୍ଚ୍ଚନା କରାଗଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସେହି ଲିଙ୍ଗ ପୂଜା ହୋଇ ଆସିବା ସହ ଏହାର ଆକାର ବଢିବାରେ ଲାଗିଛି । ଯାହାକୁ ନେଇ ଲୋକଙ୍କ ବିଶ୍ୱାସ ରହିଛି ।
ପୁରାଣରେ ବି ଏହି ଲିଙ୍ଗକୁ ଭୁତେଶ୍ୱର ନାଥ ଶିବଲିଙ୍ଗ ନାମରେ ଜଣା ଯାଏ । ଏହାର ପ୍ରସିଦ୍ଧି କେବଳ ଦେଶରେ ସିମୀତ ହୋଇ ନାହିଁ ବରଂ ବିଦେଶରେ ମଧ୍ୟ ରହିଛି । ଲିଙ୍ଗଟି ଘନ ଅରଣ୍ୟ ମଧ୍ୟରେ ଥିବା ହେତୁ ମଧ୍ୟ ଏହି ମନ୍ଦିରରେ ପ୍ରତ୍ୟେକ ସମୟରେ ଭକ୍ତଙ୍କ ଭିଡ ଲାଗି ରହିଥାଏ । ଏହାରେ ପ୍ରତ୍ୟେକ ଲୋକଙ୍କର ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଅସ୍ଥା ଏବଂ ବିଶ୍ୱାସ ଆଗରେ ସବୁକିଛି ହାର ମାନିଛି । ସେଥିପାଇଁ ଏପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ଏହି ଲିଙ୍ଗ ବଢିବାର କାରଣ ଖୋଜି ପାଇ ପାରି ନାହାନ୍ତି ।