ଯାଜପୁର (ଏଟିଆର ବ୍ୟୁରୋ):ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହୋଇଯାଇଛି ନବରାତ୍ରୀ ପୂଜା । ସେହିପରି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ନବରାତ୍ରୀର ଆଜି ଦ୍ୱିତୀୟ ଦିନ । ଏହି ଅବସରରେ ମାଙ୍କ ଦର୍ଶନ ପାଇଁ ପୀଠରେ ଜମିଛି ଭକ୍ତଙ୍କ ଭିଡ ।
ଅନ୍ୟପଟେ ନବରାତ୍ରୀରେ ମା ବିରଜାଙ୍କ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ନବଦିନାତ୍ମକ ଯାତ୍ରାରେ ମାଙ୍କ ରଥଯାତ୍ରା ଓ ମୁଖ ଦର୍ଶନ କଲେ କୋଟି ଜନ୍ମର ପାୟ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି ।