ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ନବଗ୍ରହର ଖୁବ୍ ମହତ୍ୱ ରହିଛି । କୁହାଯାଏ ପ୍ରତ୍ୟେକ ବ୍ୟକ୍ତିଙ୍କ ଜାତକରେ ଗ୍ରହମାନଙ୍କର ଭଲ ଏବଂ ଖରାପ ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ଜୀବନରେ ବୃହଷ୍ପତି ଗ୍ରହର ଖରାପ ଦଶା ଚାଲିଛି । ତେବେ ସେଥିପାଇଁ ଏଭଳି ଏକ ମନ୍ତ୍ର ଜପ କରନ୍ତୁ ଯାହାଦ୍ୱାରା ଆପଣଙ୍କ ଜୀବନରେ ସବୁକିଛି ଠିକ୍ ହୋଇଯିବ ।
ଶାସ୍ତ୍ର ଅନୁଯାୟୀ ବୃହଷ୍ପତି ହେଉଛନ୍ତି ଦେବତାମାନଙ୍କର ଗୁରୁ । ଏଥିରେ ତାଙ୍କ ସ୍ୱରୂପକୁ ଏହିଭଳି ଭାବେ ବର୍ଣ୍ଣିତ କରାଯାଇଛି । ଗୁରୁଙ୍କ ଭଲ ଫଳ ପାଇବାକୁ ହେଲେ ପ୍ରତିଦିନ ବୃହଷ୍ପତିଙ୍କ ଏହି ମନ୍ତ୍ର ଜପ କରନ୍ତୁ ।
ଓଁ ବୃଂ ବୃହଷ୍ପତୟେ ନମଃ । ।
ଓଁ ଗ୍ରାଂ ଗ୍ରିଂ ଗ୍ରୌଂ ସଃ ଗୁରୁବେ ନମଃ । ।
ଓଁ ଦେବାନାଂ ଚ ଋଷିଣାଂ ଗୁରୁଂ କାଞ୍ଚନଶାସ୍ତ୍ରିଭମ ।
ବୃଦ୍ଧିଭୂତଂ ତ୍ରିଲୋକେଶଂ ତଂ ନମାମି ବୃହଷ୍ପତିମ୍ । ।
ଓଁ ନମୋଃ ନାରାୟଣ ।
ଓଁ ନମୋଃ ଭଗବତେ ବାସୁଦେବାୟ ନମଃ । ।
ଓଁ ନମୋ ନାରାୟଣ । ଶ୍ରୀ ମନ ନାରାୟଣ ନାରାୟଣ ହରି ହରି ।
ଓଁ ଭୁରିଦା ତ୍ୟାସି ଶୃତଃ ପୁରୁତ୍ରା ଶୁର ବୃତହନ୍ । ଆ ନୋ ଭଜସ୍ୱ ରାଧାସି ।
ମାନ୍ୟତା ରହିଛି ଏହି ମନ୍ତ୍ର ଜପ କରିବା ଦ୍ୱାରା କୁଣ୍ଡଳୀରେ ବୃହଷ୍ପତି ଗ୍ରହର ଚଳନ ଠିକ୍ ହୋଇଥାଏ । ଏହାବ୍ୟତୀତ ଗୁରୁବାର ଦିନ ହଳଦିଆ ରଙ୍ଗର ଭୋଜନ ସେବନ କରିବା ଦ୍ୱାରା ଗୁରୁ ଗ୍ରହ ପ୍ରସନ୍ନ ହୋଇଥାନ୍ତି ।