ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ କୃଷ୍ଣ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ସେହିପରି ଆଜି ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଆଜିର ଦିନରେ ବିଧି ବିଧାନର ସହ ଲଡ୍ଡୁ ଗୋପାଳଙ୍କର ପୂଜା କରାଯିବା ସହ ବ୍ରତ ମଧ୍ୟ ରଖାଯାଇଥାଏ । ସେହିପରି ଜ୍ୟୋତିଷଶାସ୍ତ୍ରରେ କୃଷ୍ଣ ଜନ୍ମାଷ୍ଟମୀରେ ବିଶେଷ ଉପାୟ କରିବାର ବିଧି ରହିଛି । ଏହି ଉପାୟ କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବଳବତ୍ତର ରହିଥାଏ । ଯଦି ଆପଣ ମଧ୍ୟ ଶ୍ରୀକୃଷ୍ଣଙ୍କ ଆର୍ଶିବାଦ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଜନ୍ମାଷ୍ଟମୀରେ ଏହି ସବୁ ଜିନିଷ ଘରକୁ ଆଣନ୍ତୁ ।
ବଇଁଶି: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ବଇଁଶି ରଖିବା ଦ୍ୱାରା ସୁଖ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ । ସେଥିପାଇଁ ଜନ୍ମାଷ୍ଟମୀରେ ବଇଁଶି ଘରକୁ ଆଣିବା ଦ୍ୱାରା ସମୃଦ୍ଧି ହୋଇଥାଏ । ଏହାସହିତ ବଇଁଶି ବଜାଇବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।
ମୟୂରପଙ୍ଖ: ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ମୟୂରପଙ୍ଖ । ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ମୟୂରପଙ୍ଖ ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଏହାସହିତ ଭଗବାନ କୃଷ୍ଣଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ । ସେଥିପାଇଁ ଜନ୍ମାଷ୍ଟମୀରେ ମୟୂରପଙ୍ଖ ଘରକୁ ଆଣନ୍ତୁ । ଏହାକୁ ଆପଣ ଘରର ମୁଖ୍ୟ ଦ୍ୱାରରେ ଲଗାଇପାରିବେ ।
କାମଧେନୁ ଗାଇ: ବାସ୍ତୁ ଅନୁଯାୟୀ ଜନ୍ମାଷ୍ଟମୀ ରେ କାମଧେନୁ ଗାଇ ମୂର୍ତ୍ତି ଘରକୁ ଆଣିବା ଦ୍ୱାରା ସୁଖ ଏବଂ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
ଲଡ୍ଡୁଗୋପାଳ: ଯଦି ଆପଣ ଭଗବାନ ଶ୍ରୀକୃଷ୍ଣଙ୍କୁ ଶ୍ରଦ୍ଧା ମନରେ ସେବା ପରି କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଜନ୍ମାଷ୍ଟମୀ ତିଥିରେ ବାଲ୍ ଗୋପାଳ ବା ଲଡ୍ଡୁ ଗୋପାଳଙ୍କ ପ୍ରତିମା ଘରକୁ ଆଣନ୍ତୁ । ଏହାଦ୍ୱାରା ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଦୃଢ ହୋଇଥାଏ ।