ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର । ଆଜିଠୁ ଆରମ୍ଭ ହେଉଛି ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା ବୁଢୀଠାକୁରାଣୀଙ୍କ ଯାତ୍ରା । ଶାଶୁଘରୁ ବାପଘରକୁ ଯିବେ ମା ସାଆନ୍ତାଣୀ । ଏନେଇ ବାପଘର ଲୋକେ ପୁରାପୁରି ପସ୍ତୁତ ହୋଇ ଅଛନ୍ତି । ଝିଅ ଆସିବା ଖୁସୀରେ ଘରକୁ ସଜେଇଛନ୍ତି ବାପା ।
ବାପ ଘରେ ପ୍ରାୟ ଏକ ମାସ ଧରି ରହିବେ ମା ବୁଢି ଠାକୁରାଣୀ । ମାସେ ଯାଏଁ ଚାଲିବ ମାଙ୍କର ଯାତ୍ରା । ଏନେଇ ଚଳଚଞ୍ଚଳ ଦେଶୀ ବେହେରା ସାହି । ସେପଟେ ମାଙ୍କ ଯାତ୍ରରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।