ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବୁଧବାର ହେଉଛି ପ୍ରଥମ ପୂଜ୍ୟ ଦେବ ଶ୍ରୀଗଣେଶଙ୍କୁ ସମର୍ପିତ କରାଯାଇଛି । ମାନ୍ୟତାନୁଯାୟୀ ଏହିଦିନ ଗଜାନନଙ୍କ ପୂଜା କରିବା ଦ୍ୱାରା ବୌଦ୍ଧିକ କ୍ଷମତା ବୃଦ୍ଧି ହୋଇଥାଏ । ରିଦ୍ଧି-ସିଦ୍ଧ-ବୁଦ୍ଧି ର ଦେବତା ହେଉଛନ୍ତି ଗଜାନନ । ତାଙ୍କ ଆରାଧନାରେ କେବଳ ସଙ୍କଟ ଦୂର ହୋଇନଥାଏ ବରଂ ବିଦ୍ୟା ମଧ୍ୟ ବୃଦ୍ଧି ହୋଇଥାଏ । କୁହାଯାଏ କି ଜାତକରେ ଯଦି ବୃଦ୍ଧ ଗ୍ରହ ନୀଚ ବା ଅଶୁଭ ସ୍ଥିତିରେ ଥିବେ ତେବେ ବୁଧବାର ଦିନ ପୂଜା କରିବା ଦ୍ୱାରା ବୁଧଙ୍କ ସ୍ଥିତି ମଜବୁତ ଏବଂ ଶୁଭ ହୋଇଥାଏ । ଏହାସହିତ ଯଦି ପିଲାମାନଙ୍କର ପାଠପଢାରେ ମନ ଲାଗୁନି ତେବେ ବୁଧବାର କିଛି ବିଶେଷ ଉପାୟ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଉପାୟ..
ପାଠପଢାରେ ଏକାଗ୍ରତା ପାଇଁ ବୁଧବାର ୧୧ ବା ୨୧ ଟି ମୁଗ ରେ ତିଆରି ଲଡ୍ଡୁ ଗଜାନନଙ୍କ ଭୋଗ ଲଗାନ୍ତୁ । ଏହାଦ୍ୱାରା ଏକାଗ୍ରତା ବୃଦ୍ଧି ହେବ ।
ବୁଧବାର ପିଲାମାନେ ୧୧ ଟି ଦୁବ ଗଜାନନଙ୍କୁ ଅର୍ପଣ କରିବା ଉଚିତ୍ । ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହେବ । ଏହାସହିତ ପିଲାମାନଙ୍କର ପାଠ ପଢାରେ ରୁଚୀ ବଢିବ ।
ଯଦି ଆପଣଙ୍କ ପିଲା ପାଠ ପଢାରେ ଦୁର୍ବଳ ଥିବ ତେବେ ବୁଧବାର ଗଜାନନଙ୍କ ଚରଣରେ ସିନ୍ଦୁର ଅର୍ପଣ କରନ୍ତୁ ଏବଂ ମୋଦକ ଭୋଗ ଲଗାନ୍ତୁ ।