ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବୁଧବାର ଭଗବାନ ଗଣେଶଙ୍କୁ ସମର୍ପିତ କରାଯାଇଛି । ରିଦ୍ଧି-ସିଦ୍ଧି ଓ ବୁଦ୍ଧିର ଦାତା ହେଉଛନ୍ତି ଗଜାନନ । ତାଙ୍କୁ ଆରାଧନା କରିବା ଦ୍ୱାରା ଯେ କେବଳ ସଙ୍କଟ ଦୂର ହୋଇଥାଏ ତାହା ନୁହେଁ ବରଂ ବିଦ୍ୟା ବୃଦ୍ଧି ମଧ୍ୟ ହୋଇଥାଏ । ସର୍ବଦା କିଛି ପିଲାଙ୍କର ପାଠପଢାରେ ମନ ଲାଗିନଥାଏ । ଏଭଳି କ୍ଷେତ୍ରରେ ବୁଧବାର ଦିନ କିଛି ବିଶେଷ ଉପାୟ କରି ଏହି ସମସ୍ୟାର ସମାଧାନ ହୋଇପାରିବ ।
ଉପାୟ;
– ଯଦି ପାଠ ପଢାରେ ପିଲାଙ୍କ ମନ ଲାଗୁନି ତେବେ ବୁଧବାର ଦିନ ୧୧ ବା ୨୧ ମୁଗରେ ପ୍ରସ୍ତୁତ ଲଡ୍ଡୁ ଗଜାନନଙ୍କ ଭୋଗ ଲଗାନ୍ତୁ । କୁହାଯାଏ ଏହାଦ୍ୱାରା ଏକାଗ୍ରତା ବୃଦ୍ଧି ହୋଇଥାଏ ଏବଂ ପିଲାଙ୍କର ପାଠ ପଢାରେ ମନ ଲାଗିଥାଏ ।
– ଯଦି ଶ୍ରଦ୍ଧା ମନରେ ବୁଧବାର ଗଜାନନଙ୍କୁ ୧୧ଟି ଦୁବ ଅର୍ପଣ କରିବେ ତେବେ ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହେବ । କୁହାଯାଏ ଏହି ଉପାୟ କରିବା ଦ୍ୱାରା ପାଠ ପଢାରେ ପିଲାଙ୍କର ରୁଚି ହୋଇଥାଏ ।
– ଜ୍ୟୋତିଷଶାସ୍ତ୍ର ଅନୁସାରେ ଅନେକ ଥର ରାହୁ-କେତୁ ଯୋଗୁଁ ମଧ୍ୟ ଶିକ୍ଷାରେ ବାଧା ଉପୁଜିଥାଏ । ଗଣପତିଙ୍କ ପୂଜା କରିବା ଦ୍ୱାରା ରାହୁ-କେତୁଙ୍କ ଅଶୁଭ ପ୍ରଭାବ ଦୂର ହୋଇଯିବ ।
– ଯଦି ପିଲାମାନେ ପାଠପଢାରେ ଦୁର୍ବଳ ଥିବେ ତେବେ ବୁଧବାର ଗଜାନନଙ୍କ ଚରଣର ସିନ୍ଦୁର ଅର୍ପଣ କରନ୍ତୁ ଏବଂ ମୋଦକ ଭୋଗ ଲଗାନ୍ତୁ । ଗାଇକୁ ସବୁଜ ଘାସ ଖୁଆନ୍ତୁ । ପିଲାଙ୍କ ଦ୍ୱାରା ଏହି ଉପାୟ କରିବା ଦ୍ୱାରା ଶୁଭ ପରିଣାମ ମିଳିଥାଏ ।