ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ପାଳିତ ହୁଏ ଧନତେରସ । ସେହିପରି ଚଳିତବର୍ଷ ନଭେମ୍ବର ୨ ତାରିଖରେ ପାଳିତ ହେବ ଧନତେରସ । ଏହି ଅବସରରେ କିଛି କିଣିବାର ପରମ୍ପରା ରହିଛି । କିଛି ଲୋକ ସୁନା, ଚାନ୍ଦୀ କିଣିଥାନ୍ତି । କିନ୍ତୁ ଯଦି ଆପଣ ସୁନା, ଚାନ୍ଦୀ କିଣି ପାରିବେନି ତେବେ ଷ୍ଟିଲ, ପିତଳ ଓ ତମ୍ବା ବାସନ ମଧ୍ୟ କିଣି ପାରିବେ । ଏହି ତିନୋଟି ଜିନିଷ ମଧ୍ୟ କୌଣସି ଗୋଟିଏ ଜିନିଷ ଧନତେରସରେ ନିହାତି ଭାବେ କିଣନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହେବ ଏବଂ ଆର୍ଥିକ ସମସ୍ୟା ଦେଖାଯିବ ନାହିଁ ।
– ଧନତେରସରେ ସୁନା, ଚାନ୍ଦୀ କିଣିବା ଶୁଭ ହୋଇଥାଏ କିନ୍ତୁ ଯଦି ଆପଣ ସୁନା ଯଦ କିଣି ପାରୁ ନାହାନ୍ତି ତେବେ ଏହିଦିନ ଷ୍ଟିଲର ଏକ ଛୋଟ ଚାମଚ ନାହାତି ଭାବେ କିଣନ୍ତୁ । ଧ୍ୟାନ ରଖିଥିବେ କି ଚାମଚକୁ ଯେପରି ଆପଣଙ୍କ ଆଲମିରା ରଖିବା ପାଇଁ ନ ଭୁଲନ୍ତି । ଏହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହେବ ଏବଂ ଧନ ବୃଦ୍ଧି ହେବ ।
– ଅନେକ ଲୋକେ ଜାଣିନଥିବେ କି ଧନତେରସରେ ଧନିଆ ମଞ୍ଜି କିଣିବାର ମଧ୍ୟ ପରମ୍ପରା ରହିଛି । ଏହାକୁ ଧନର ପ୍ରତୀକ ବୋଲି କୁହାଯାଇଥାଏ । ପୂଜାରେ ମା ଲକ୍ଷ୍ମୀଙ୍କୁ ଧନଆ ମଞ୍ଜି ଅର୍ପଣ କରନ୍ତୁ । ପୂଜା ଶେଷ ହେବା ପରେ କିଛି ଧନିଆ ମଞ୍ଜିକୁ ମାଟିରେ ବୁଣିଦିଅନ୍ତି ଏବଂ ଆଉ କିଛି ମଞ୍ଜିକୁ ଆଲମିରାରେ ରଖି ଦିଅନ୍ତୁ ।
– ଏହିଦିନ ବିବାହିତ ମହିଳାଙ୍କୁ ଶୃଙ୍ଗାର ଜିନିଷ ଉପହାର ଦେବା ଶୁଭ ହୋଇଥାଏ । ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।