ପୁରୀ (ଏଟିଆର ବ୍ୟୁରୋ): କରୋନା କଟକଣା ଭିତରେ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ଆଗେଇ ଚାଲିଛି ସ୍ନାନଯାତ୍ରା । ରତ୍ନବେଦୀରୁ ଓହ୍ଲାଇ ସ୍ନାନବେଦୀରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି । ସ୍ନାନବେଦୀରେ ଅନୁଷ୍ଠିତ ହେଉଛି ଚତୁର୍ଦ୍ଧାମୂରତିଙ୍କ ସ୍ନାନ ନୀତି । ସୁନା କୂଅରୁ ଆସିଥିବା ୧୦୮ ଗରା ସୁବିସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଷୋଡସ ଉପଚାର ଶେଷ ହେବା ପରେ ସେବାୟତଙ୍କ ଦ୍ୱାରା ସ୍ନାନ ନୀତି କରାଯାଇଛି ।
ସ୍ନାନବେଦୀରେ ଚତୁର୍ଦ୍ଧାମୂରତିଙ୍କ ସ୍ନାନ ନୀତି ସମ୍ପନ୍ନ ହେବା ପରେ ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗୁ ବେଶ ହେବ । ଏହାପରେ ଛେରାପହଁରା ନୀତି ସମ୍ପାଦିତ ହେବ । ପୁଣି ଗଜାନନ ବେଶରେ ସଜିତ ହେବେ ଚତୁର୍ଦ୍ଧାବିଗ୍ରହ । କିନ୍ତୁ କଟକଣା ପାଇଁ ବିନା ଭକ୍ତରେ ହାତୀ ବେଶରେ ଦର୍ଶନ ହେବେ ଚତୁର୍ଦ୍ଧାବିଗ୍ରହ ।