ଘଟଗାଁ (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ବିଶ୍ୱପ୍ରସିଦ୍ଧ ତଥା କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ଚଇତି ପର୍ବ । ଏନେଇ ଆଜିଠୁ ଏପ୍ରିଲ ୧୫ ଯାଏଁ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା ତାରିଣୀ । ମାଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବା ଲାଗି ସକାଳୁ ପୀଠରେ ଲାଗିଛି ଭକ୍ତଙ୍କ ଭିଡ ।
ଆଜି ଭୋର ସାଢେ ଚାରିଟାରୁ ସେବାୟତମାନେ ମାଙ୍କୁ ପ୍ରଥମେ ମାଜଣା , ମହାସ୍ନାନ, ବଡ ସିଂହାର ବେଶ, ଷୋଡଶ ଉପଚାର ପୂଜା ସମେତ ସମସ୍ତ ରୀତିନୀତିରେ ମାଙ୍କୁ ସୁନାବେଶରେ ସୁସନ୍ନିତ କରିଥିଲେ । ଏହାପରେ ଭକ୍ତଙ୍କ ପାଇଁ ମନ୍ଦୀର ପହଡ ଖୋଲିଥିଲା ।