ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷକରେ ୪ ଥର ନବରାତ୍ରି ପାଳନ କରାଯାଇଥାଏ । ପ୍ରତ୍ୟେକ ନବରାତ୍ରିର ଭିନ୍ନ ଭିନ୍ନ ମହତ୍ୱ ରହିଛି, କିନ୍ତୁ ଚୈତ୍ର ନବରାତ୍ରିର ଖାସ୍ ମହତ୍ୱ ରହିଛି । ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ନବରାତ୍ରିିକୁ ବାସନ୍ତିକ ନବରାତ୍ରି ବୋଲି କୁହାଯାଇଥାଏ । ଶୁକ୍ଳ ପ୍ରତିପଦାକୁ ହିନ୍ଦୁ ନବବର୍ଷ ଭାବେ ପାଳନ କରାଯାଇଥାଏ । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ନବରାତ୍ରିରେ ନଅ ଦିନ ଯାକ ନବଦୁର୍ଗାଙ୍କ ନଅସ୍ୱରୂପକୁ ଉପାସନା କରିବାର ବିଧି ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଦେବୀଙ୍କ ପୂଜା…
ମାର୍ଚ୍ଚ ୨୫ ପ୍ରତିପଦା: ଏହା ନବରାତ୍ରିର ପ୍ରଥମ ଦିନ । ଏହିଦିନ ଘଟ ସ୍ଥାପନା କରାଯିବା ସହ ଶୈଳପୁତ୍ରୀଙ୍କ ପୂଜା କରାଯିବ ।
ମାର୍ଚ୍ଚ ୨୬ ଦ୍ୱିତୀୟା: ନବରାତ୍ରିର ଦ୍ୱିତୀୟ ଦିନ । ଏହି ଦିନ ବ୍ରହ୍ମଚାରିଣୀଙ୍କ ପୂଜା ।
ମାର୍ଚ୍ଚ ୨୭ ତୃତୀୟା: ନବରାତ୍ରିର ତୃତୀୟ ଦିନ । ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରାଯିବ ।
ମାର୍ଚ୍ଚ ୨୮ ଚତୁର୍ଥୀ: ଚତୁର୍ଥ ଦିନରେ ପୂଜାପାଇବେ ମା’ କୁଷ୍ମାଣ୍ଡା ।
ମାର୍ଚ୍ଚ ୨୯ ପଞ୍ଚମୀ: ଏହି ସରସ୍ୱତୀ ପୂଜନ ସାଙ୍ଗକୁ ସ୍କନ୍ଦମାତାଙ୍କୁ ପୂଜାର୍ଚ୍ଚନା କରାଯିବ ।
ମାର୍ଚ୍ଚ ୩୦ ଷଷ୍ଠୀ: ଷଷ୍ଠ ଦିନରେ ନବଦୁର୍ଗାଙ୍କ କାତ୍ୟାୟନୀ ରୂପ ପୂଜା ପାଇବେ ।
ମାର୍ଚ୍ଚ ୩୧ ସପ୍ତମୀ: ଏହି କାଳରାତ୍ରିିଙ୍କ ସମେତ ସରସ୍ୱତୀଙ୍କୁ ପୂଜା କରାଯିବ ।
ଏପ୍ରିଲ ୧ ଅଷ୍ଟମୀ: ଅଷ୍ଟମ ଦିନରେ ମହାଗୌରୀଙ୍କ ପୂଜା ସହିତ ଦୁର୍ଗା ଅଷ୍ଟମୀ ଏବଂ କଂଜକ ପୂଜନ କରାଯିବ ।
ଏପ୍ରିଲ ୨ ନବମୀ: ନବରାତ୍ରିର ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ହୋମ କରାଯିବ ।