ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚାଲିଛି ଚୈତ୍ର ନବରାତ୍ରୀ । ନବରାତ୍ରୀର ଷଷ୍ଠ ଦିନ ମା ଦୁର୍ଗାଙ୍କ ଷଷ୍ଠ ସ୍ୱରୂପ ମା କାତ୍ୟାୟନୀଙ୍କ ପୂଜା କରାଯାଇଥାଏ । ଶାସ୍ତ୍ର ଅନୁସାରେ ମାତା କାତ୍ୟାୟନୀଙ୍କୁ ଭଗବାନ ବ୍ରହ୍ମାଙ୍କ ମାନଓ ପୁତ୍ରୀ ବୋଲି କୁହାଯାଏ ।
ଏହିଦିନ ବିଧିବିଧାନ ସହ ମା କାତ୍ୟାୟନୀଙ୍କ ପୂଜା କରିବା ଦ୍ୱାରା ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ । ଏହାସହିତ ଶତୃଙ୍କ ଉପରେ ବିଜୟ ପ୍ରାପ୍ତ ହୋଇଥାଏ ।
ମା କାତ୍ୟାୟନୀଙ୍କ ବାହାନ ହେଉଛି ସିଂହ । ମାଙ୍କର ୪ଟି ଭୂଜ ରହିଛି । ଗୋଟେ ହାତରେ ଖଣ୍ଡା, ଆଉ ଗୋଟେ ହାତରେ ପଦ୍ମ ଏବଂ ଆଉ ଦୁଇଟି ହାତରେ ଅଭୟ ମୁଦ୍ରା ମା ଧାରଣ କରିଛନ୍ତି ।
କାତ୍ୟାୟନୀ ଆରାଧନା ମନ୍ତ୍ର:
ୟା ଦେବୀ ସର୍ବଭୂତେଷୁ ମାଁ କାତ୍ୟାୟନୀ ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ । ।