ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚୈତ୍ର ନବରାତ୍ରୀର ଆଜି ସପ୍ତମୀ । ଏହିଦିନ ମା ଦୁର୍ଗାଙ୍କ ସପ୍ତମ ସ୍ୱରୂପ ମା କାଳରାତ୍ରୀଙ୍କ ପୂଜା କରାଯିବାର ବିଧି ରହିଛି । ମାନ୍ୟତା ରହିଛି କି ଏହିଦିନ କାଳରାତ୍ରୀଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଆଗକୁ ଆସିବାକୁ ଥିବା ସମସ୍ତ ସଙ୍କଟ ଦୂର ହୋଇଥାଏ । ମାଙ୍କର ଏହି ସୂରୂପ ଶତୃ ଏବଂ ଦୁଷ୍ଟଙ୍କୁ ସଂହାର କରନ୍ତି ।
ବିଶ୍ୱାସ ରହିଛି କି ନବରାତ୍ରୀର ସପ୍ତମଦିନ ମା କାଳରାତ୍ରୀଙ୍କ ଉପାସନା ଏବଂ ଆରାଧନା କରିବା ଦ୍ୱାରା ଭୂତ, ପ୍ରେତ ଏବଂ ଖରାପ ଶକ୍ତିର ଭୟ ଜୀବନରେ ଆସିନଥାଏ । ମା କାଳରାତ୍ରୀଙ୍କ ବର୍ଣ୍ଣ କୃଷ୍ଣ । ଏହି କାରଣ ପାଇଁ ତାଙ୍କୁ କାଳରାତ୍ରୀ କୁହାଯାଏ । ମାଙ୍କର ୪ଟି ଭୂଜ ରହିଛି ।
କୁହାଯାଏ କି ଯେଉଁ ଭକ୍ତ ସଚ୍ଚା ମନରେ ମା’ଙ୍କର ପୂଜା କରନ୍ତି ତାଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।
ମା କାଳରାତ୍ରୀଙ୍କ ମନ୍ତ୍ର:
୧- ଓଁ ଏଁ ହ୍ରିଂ କ୍ଲିଂ ଚାମୁଣ୍ଡାୟୈ ବିଚୈଂ ଓଂ କାଳରାତ୍ରୀ ଦିବୈ ନମଃ । ।
୨- ଓଁ କାଳରାତ୍ରୈ ନମଃ । ।
୩- ଓଁ ହ୍ରିଂ ଶ୍ରୀଂ କ୍ଲିଂ ଦୁର୍ଗତି ନାଶିନୈ ମହାମାୟାୟୈ ସ୍ୱାହା । ।