ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାର୍ଚ୍ଚ ୨୨ ରୁ ଆରମ୍ଭ ହେବାକୁ ଯାଉଛି ଚୈତ୍ର ନବରାତ୍ରୀ । ନବରାତ୍ରୀର ନଅ ଦିନ ଯାକ ମା ଦୁର୍ଗାଙ୍କ ନଅ ସ୍ୱରୂପଙ୍କୁ ପୂଜାର୍ଚ୍ଚନା କରିବାର ବିଧି ରହିଛି ।
ପ୍ରତ୍ୟେକ ବର୍ଷ ମା ଦୁର୍ଗା ଭିନ୍ନ ଭିନ୍ନ ବାହନ ଉପରେ ବସି ଧରା ପୃଷ୍ଠକୁ ଆଗମନ କରିଥାନ୍ତି । ଏହାର ବିଶେଷ ମହତ୍ୱ ରହିଛି । ସେହିପରି ଚଳିତବର୍ଷ ମା ନୌକାରେ ବସି ଧରାବତରଣ କରିବେ ।
ମାଙ୍କ ବାହନଙ୍କୁ ଶୁଭ-ଅଶୁଭର ପ୍ରତିକ ବୋଲି କୁହାଯାଏ । ଏହାଦ୍ୱାରା ପକୃତିଠୁ ନେଇ ମାନବ ଜାତି ଉପରେ ଏହାର ପ୍ରଭାବ ପଡିଥାଏ । ସେଥିପାଇଁ ମାଙ୍କ ବାହନର ଖୁବ୍ ମହତ୍ୱ ରହିଛି । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏଥରକ ମା ନୌକାରେ ବସି ଆସିବେ ଏହାର ଅର୍ଥ ହେଉଛି ସର୍ବସିଦ୍ଧିଦାୟକ ।