ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଚୈତ୍ର ନବରାତ୍ରୀ । ଆଜି ଷଷ୍ଠୀ । ଏହିଦିନ ମା ଦୁର୍ଗାଙ୍କ କାତ୍ତ୍ୟାୟନୀ ସ୍ୱରୂପକୁ ଉପାସନା କରାଯିବାର ବିଧି ରହିଛି ।
ମା କାତ୍ତ୍ୟାୟନୀ ହେଉଛନ୍ତି ଅମୋଘ ଫଳଦାୟିନୀ । ତାଙ୍କ ସ୍ୱରୂପ ଅତ୍ୟନ୍ତ ଭବ୍ୟ ଏବଂ ଦିବ୍ୟ । ସିଂହ ଉପରେ ବସିଥିବା ମା କାତ୍ୟାୟନୀଙ୍କର ୪ଟି ଭୂଜ ରହିଛି । ତାଙ୍କ ବାମ ହସ୍ତରେ ପଦ୍ମ ଓ ଖଡ୍ଗ ଏବଂ ଡାହାଣ ହସ୍ତରେ ସ୍ୱସ୍ତିକ ଓ ଆର୍ଶିବାଦ ମୁଦ୍ରା ଅଙ୍କିତ ।
ଭଗବାନ କୃଷ୍ଣଙ୍କୁ ପାଇବା ପାଇଁ ଗୋପୀମାନେ କାଳନ୍ଦୀ ନଦୀ କୂଳେ ବସି ମା କାତ୍ୟାୟନୀଙ୍କ ପୂଜା କରିଥିଲେ । ସେଥିପାଇଁ ସେ ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ ରୂପେ ପ୍ରତିଷ୍ଠିତ ।
ପୁରାଣ ଅନୁସାରେ ଦେବୀ ମାଙ୍କର ଏହି ସ୍ୱରୂପକୁ ପୂଜା କରିବା ଦ୍ୱାରା ଗୃହସ୍ତ ଜୀବନ ସୁଖମୟ ହୋଇଥାଏ । ଏହାସହିତ ଅର୍ଥ, ଧର୍ମ, କାମ, ମୋକ୍ଷ ଆଦି ପ୍ରାପ୍ତି ହୋଇଥାଏ ।