ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଚୈତ୍ର ନବରାତ୍ରିର ପ୍ରଥମ ଦିନ । ବର୍ଷକରେ ୪ ଥର ନବରାତ୍ରି ପାଳନ କରାଯାଇଥାଏ । ନବରାତ୍ରି ଅବସରରେ ମନ ଉଲ୍ଲାସ ରହିବା ସହ ଉତ୍ସାହ ବୃଦ୍ଧି ହୋଇଥାଏ ।
ନବରାତ୍ରିରେ ମା’ ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ସେହିପରି ଶୈଳ ପୁତ୍ରୀ ପୂଜା ପାଇଥାନ୍ତି । ମାନ୍ୟତା ରହିଛି କି ନବରାତ୍ରିର ପ୍ରଥମ ଦିନ ପୂଜାରେ ନାମ ଯଶ ଏବଂ ଉତ୍ତମ ସ୍ୱାସ୍ଥ୍ୟର ଇଛା ପୁରଣ ହୋଇଥାଏ । ଏହାସହିତ ଏହି ଦିନର ପୂଜାରେ ସୂର୍ଯ୍ୟ ଗ୍ରହଙ୍କ ସମସ୍ୟା ବି ଦୂର ହୋଇଥାଏ । ତେବେ ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ନବରାତ୍ରିର ପ୍ରଥମ ଦିନରେ କେଉଁ ମନ୍ତ୍ର ଜପିବା ଦ୍ୱାରା ମା’ ଦୁର୍ଗା ପ୍ରସନ୍ନ ହେବେ ।
ନାମ ଯଶ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ରାତିରେ ଲାଲ ବସ୍ତ୍ର ଧାରଣ କରନ୍ତୁ । ମା’ ଦୁର୍ଗାଙ୍କୁ ଲାଲ ଫୁଲ, ଲାଲ ଫଳ, ତମ୍ବା କଏନ ଅର୍ପିତ କରନ୍ତୁ । ଏହାପରେ ମା’ଙ୍କ ମନ୍ତ୍ର ‘ଓଁ ଦୁଂ ଦୁର୍ଗାୟ ନମଃ’ ଜପନ୍ତୁ । ପୁଣି ସୂର୍ଯ୍ୟ ମନ୍ତ୍ର ‘ଓଁ ହ୍ରାଂ ହ୍ରିଂ ହ୍ରୌଂ ସଃ ସୂର୍ଯ୍ୟାୟ ନମଃ’ ଅତି କମ୍ ରେ ତିନି ମାଳା ଜପନ୍ତୁ ।
ସେହିପରି ତମ୍ବା ମୁଦିକୁ ଅନାମିକା ଅଙ୍ଗୁଳିରେ ଧାରଣ କରନ୍ତୁ । ଏଭଳି କରିବା ଦ୍ୱାରା ଦେବୀ ମା କୃପା ଲାଭ ହେବ । ଏହାସହିତ ନବରାତ୍ରିର ପ୍ରଥମ ଦିନ ଶୁଦ୍ଧ ଘିଅରେ ନିର୍ମିତ ଭୋଗ ଦେବୀଙ୍କ ଠାରେ ଲଗାନ୍ତୁ । ଏହି ଭୋଗକୁ ଗ୍ରହଣ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟର ବରଦାନ ପ୍ରାପ୍ତ ହୋଇଥାଏ ।