ପୁରୀ (ଏଟିଆର ବ୍ୟୁରୋ): ମହାମହାରୀ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଚନ୍ଦନ ଯାତ୍ରା ଏବଂ ଅକ୍ଷୟତୃତୀୟାକୁ ନେଇ ବଡ ନିଷ୍ପତି ନିଆଯାଇଛି । ଚନ୍ଦନ ଯାତ୍ରା ଏବଂ ଅକ୍ଷୟତୃତୀୟା ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରଣୀକୁ ଚାପ ଖେଳିବାକୁ ଯିବେ ନାହିଁ ମହାପ୍ରଭୁ । ଶ୍ରୀମନ୍ଦିର ଭିତରେ ଦୁଇଟି ଜଳକୁଣ୍ଡରେ ଚାପ ଖେଳିବେ । ଯେଉଁଭଳି ଭଳି ଭାବେ ନରେନ୍ଦ୍ର ପୁଷ୍କରିଣୀ କୁ ଯାଇ ଚାପ ଖେଳା ନୀତି ହୋଇ ଥାଏ ଠିକ୍ ସେହିଭଳି ଭାବେ ମନ୍ଦିର ଭିତରେ ୨୧ ଦିନ ଚାପ
ଖେଳିବେ ମହାପ୍ରଭୁ । ଏହି ସମସ୍ତ ନୀତି ମାଜଣା ମଣ୍ଡପରେ କରାଯିବ । ଦୁଇଟି ଜଳକୁଣ୍ଡରେ୨ଟି ନୌକା ସହାୟତାରେ ଶ୍ରୀମଦନମୋହନଳ ଶ୍ରୀଦେବୀ, ଭୂଦେବୀ, ରାମକୃଷ୍ଣ , ପଞ୍ଚମହାଦେବ ବିଜେ କରିବେ ।
ଅନ୍ୟପଟେ ଆସନ୍ତା ୨୬ ତାରିଖ ଦିନ ଶ୍ରୀମନ୍ଦିର ଭିତରେ ଅକ୍ଷୟତୃତୀୟା ନିତୀ ହେବା ସହ ରଥ କାଠ ଅନୁକୂଳ ହେବ । ବିଧି ରକ୍ଷା ପାଇଁ ଏହି ସମସ୍ତ ନୀତି ଶ୍ରୀମନ୍ଦିର ଭିତରେ କରାଯିବା ପାଇଁ ନିଷ୍ପତି ନିଆଯାଇଛି ।
ଶ୍ରୀମନ୍ଦିର ପରିଚାଳନା କମିଟି, ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଧ୍ୟରେ ଗତକାଲି ଦୀର୍ଘ ସମୟ ଆଲୋଚନା ପରେ ଚନ୍ଦନ ଯାତ୍ରା ଏବଂ ଅକ୍ଷୟ ତୃତୀୟ ନୀତିକୁ ନେଇ ନିଷ୍ପତି ନିଆଯାଇଛି । ମେ ୩ ତାରିଖ ଯାଏଁ ସମସ୍ତ ନୀତି ଶ୍ରୀମନ୍ଦିର ଭିତରେ କରାଯିବ । ମେ ୩ ତାରିଖ ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ।