ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ଜାତକରେ ଗ୍ରହ ଦୁର୍ବଳ ସ୍ଥିତିରେ ଥାନ୍ତି ବା ଅଶୁଭ ପ୍ରଭାବ ପଡୁଥିବା ସ୍ଥାନରେ ବିରାଜମାନ କରିଥାନ୍ତି । ତେବେ ଏହାର ପ୍ରଭାବ ସିଧାସଳଖ ଭାବେ ମଣିଷ ଜୀବନରେ ପଡିଥାଏ । ଜନ୍ମରୁ ମଣିଷ ଜୀବନରେ ଗ୍ରହର ପ୍ରଭାବ ପଡିଥାଏ । ଏହି ସବୁ ମଧ୍ୟରେ ଯଦି କୌଣସି ବ୍ୟକ୍ତିର ଜାତକରେ ଚନ୍ଦମା ଅଶୁଭ ସ୍ଥାନରେ ଅଛନ୍ତି , କିମ୍ବା ଜାତକରେ ଚନ୍ଦ୍ର ଗ୍ରହ ଦୁର୍ବଳ ଅଛି ଏହାଦ୍ୱାରା ବ୍ୟକ୍ତିଙ୍କ ମନ ସର୍ବଦା ଅଶାନ୍ତ ରହିଥାଏ ।
ଜାତକରେ ଅଶୁଭ ଚନ୍ଦ୍ର ହେତୁ ବ୍ୟକ୍ତିଙ୍କୁ ମାତାଙ୍କ ସୁଖ ପ୍ରାପ୍ତ ହୁଏନାହିଁ । ଏହାବ୍ୟତୀତ ସର୍ବଦା ମନ ଅସ୍ଥିରତା ରହିଥାଏ । କୌଣସି କାର୍ଯ୍ୟରେ ମନ ସ୍ଥିର ହୁଏ । ଯେଉଁ ଲୋକମାନଙ୍କର ଜାତକରେ ଚନ୍ଦ୍ରଗ୍ରହ ଅଶୁଭ ସ୍ଥାନରେ ଅଛନ୍ତି ତାଙ୍କୁ ଶୁଭ କରିବାକୁ ଏହି ଉପାୟ ଅବଲମ୍ବନ କରନ୍ତୁ ।
– ଚନ୍ଦ୍ରମାଙ୍କ ସ୍ଥିତିକୁ ଦୃଢ କରିବାକୁ ହେଲେ ପ୍ରତ୍ୟେକ ସୋମବାର ସକାଳୁ କଞ୍ଚା ଗାଈ ଖୀରରେ ଶିବଲିଙ୍ଗ ଅଭିଶେକ କରନ୍ତୁ ।
– ଚନ୍ଦ୍ରମାଙ୍କ ସ୍ଥିତିକୁ ଶୁଭ କରିବାକୁ ହେଲେ ଡାହଣ ହାତର କନିଷ୍ଠ ଅଙ୍ଗୁଳିରେ ମୋତି ଲାଗିଥିବା ଚାନ୍ଦିର ମୁଦିକୁ ଧାରଣ କରନ୍ତୁ ।
– ଏହାବ୍ୟତୀତ ଆପଣ ତକିଆ ତଲେ ଚାନ୍ଦିର ମୁଦି ରଖି ଶୁଅନ୍ତୁ ।
– ଚନ୍ଦ୍ରମାଙ୍କ ଅଶୁଭ ପ୍ରଭାବକୁ କମ୍ କରିବାକୁ ହେଲେ ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କୁ ଦର୍ଶନ କରି ଖୀର ଭୋଗ ଲଗାନ୍ତୁ ।