ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପ୍ରତ୍ୟେକ ପୂଜାରେ ପ୍ରଥମେ ଗଣେଶ ଭଗବାନଙ୍କୁ ପୂଜା କରାଯାଇଥାଏ । ସେଥିପାଇଁ ପ୍ରଥମ ପୂଜ୍ୟ ବୋଲି କୁହାଯାଇଥାଏ । ଗଣେଶଙ୍କୁ ଭଗବାନ ଶିବ ଆର୍ଶିବାଦ ଦେଇଥିଲେ କି,ଯେତେବେଳେ କୌଣସି ପୂଜା ହେବ ସର୍ବପ୍ରଥମେ ଗଣେଶଙ୍କୁ ହିଁ ସ୍ମରଣ କରାଯିବ । ସେଥିପାଇଁ ପୂଜାରେ ସର୍ବପ୍ରଥମେ ଗଣେଶଙ୍କୁ ହିଁ ସ୍ମରଣ କରାଯାଏ । ଗଣେଶ ଭଗବାନଙ୍କର ଅନେକ ନାଁ ରହିଛି କିନ୍ତୁ ସେଥିମଧ୍ୟରୁ ୧୨ ଟି ନାଁ ପ୍ରମୁଖ ଅଟେ ।
ସେହି ନାଁ ଗୁଡିକ ହେଲା ସୁମୁଖ, ଏକଦନ୍ତ,କପିଳ, ଗଜକର୍ଣ୍ଣକ,ଲମ୍ବୋଦର,ବିକଟ,ବିଘ୍ନନାଶ,ବିନାୟକ,ଧୂମ୍ରକେତୁ, ଗଣାଧ୍ୟକ୍ଷ, ଭାଲଚନ୍ଦ୍ର, ଗଜାନନ ।
ଗଣେଶ ଭଗବାନଙ୍କର ଏହି ବାରଟି ନାଁ ସ୍ମରଣ କରୁଥିବା ବ୍ୟକ୍ତି ଜୀବନରେ କୌଣସି ପ୍ରକାରର ସଙ୍କଟର ସାମ୍ନା କରନ୍ତି ନାହିଁ । ବିଦ୍ୟା ଅଧ୍ୟୟନ, ବିବାହ, ଯାତ୍ରା, ରୋଜଗାର ସମୟରେ ବା କୌଣସି ଶୁଭ କାର୍ଯ୍ୟରେ ଗଣେଶଙ୍କର ୧୨ଟି ନାଁ ସ୍ମରଣ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇଥାଏ ।