ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ସେ ବ୍ୟକ୍ତିଙ୍କ କର୍ମ ଅନୁସାରେ ଶୁଭ-ଅଶୁଭ ଫଳ ପ୍ରଦାନ କରିଥାନ୍ତି । ସେଥିପାଇଁ ତାଙ୍କୁ କର୍ମ ଫଳ ଦାତା ବୋଲି ମଧ୍ୟ କୁହାଯାଏ । ସପ୍ତାହକ ସାତ ଦିନ ବିଭିନ୍ନ ଦେବାଦେବିଙ୍କୁ ସମର୍ପିତ କରାଯାଇଥିବା ବେଳେ ଶନିବାର ହେଉଛି ଶନିଦେବଙ୍କ ବାର ।
ଶନିବାର ବିଧି ବିଧାନ ସହ ଶନିଦେବଙ୍କ ପୂଜା କରାଯାଇଥାଏ । ଏହିଦିନ ଲୋକେ ଶନିଦେବଙ୍କ ବ୍ରତ ମଧ୍ୟ ରଖିଥାନ୍ତି । ଏହାସହିତ ଶନିଦେବଙ୍କ କୃପା ପ୍ରାପ୍ତ ପାଇଁ କିଛି ଉପାୟ ମଧ୍ୟ ଲୋକେ କରିଥାନ୍ତି । ସେହିପରି ଶନିବାର ଯଦି କୌଣସି ବ୍ୟକ୍ତି ଶନି ଚାଳିଶା ପାଠ କରନ୍ତି ତେବେ ଶନିଙ୍କର ବିଶେଷ କୃପା ଲାଭ ହୋଇଥାଏ । ଏହାଦ୍ୱାରା ବିଗିଡି ଯାଇଥିବା କାମ ମଧ୍ୟ ହୋଇଥାଏ ।