ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି କାମିକା ଏକାଦଶୀ । ଏହିଦିନ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କୁ ପୂଜା କରିବାର ବିଧି ରହିଛି । ଶ୍ରୀହରି ବିଷ୍ଣୁଙ୍କର ପ୍ରିୟ ହେଉଛି ତୁଳସୀ । ଧର୍ମ ଶାସ୍ତ୍ରରେ ତୁଳସୀକୁ ସୁଖ-ସମୃଦ୍ଧି ଏବଂ ଧନର ଅଧିଷ୍ଠାତ୍ରୀ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଛି । ତୁଳସୀ ମାତାଙ୍କ ଉପାସନା କରିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ତାଙ୍କ କୃପାରେ ଘରେ ସୁଖ-ସମୃଦ୍ଧି ଆସିଥାଏ । ଯଦି ଆପଣ ଲକ୍ଷ୍ମୀନାରାୟଣଙ୍କ ଆର୍ଶିବାଦ ପାଇବାକୁ ଚାହୁଁଛନ୍ତି ତେବେ ପୂଜା ସମୟରେ କିଛି ମନ୍ତ୍ର ରହିଛି ଉଚାରଣ କରନ୍ତୁ ।
ତୁଳସୀ ମନ୍ତ୍ର:
ଓଁ ତୁଳସୀଦେବୌ ଚ ବିଦ୍ମହେ, ବିଷ୍ଣୁପ୍ରିୟାୟୈ ଚ ଧୀମହି, ତନ୍ନୋ ବୃନ୍ଦା ପ୍ରଚୋଦୟାତ୍ । ।
ଶ୍ରୀ ଗାୟତ୍ରୀ ମନ୍ତ୍ର:
ଓଁ ଶ୍ରୀ ତ୍ରିପୁରାୟ ବିଦ୍ମହେ ତୁଳସୀ ପତ୍ରାୟ ଧୀମହେ ।
ତନ୍ନୋଃ ତୁଳସୀ ପ୍ରଚୋଦୟାତ । ।
ତୁଳସୀ ପୂଜା ମନ୍ତ୍ର:
ତୁଳସୀ ଶ୍ରୀର୍ମହାଳକ୍ଷମୀର୍ବିଦ୍ୟାବିଦ୍ୟା ୟଶସ୍ୱିନୀ ।
ଧର୍ଯ୍ୟା ଧର୍ମାନନା ଦେବୀ ଦେବିଦେବମନଃ ପ୍ରିୟା । ।
ଲଭତେ ସୁତରାଂ ଭକ୍ତିମନ୍ତେ ବିଷ୍ଣୁପଦଂ ଲଭେତ୍ ।
ତୁଳସୀ ଭୁର୍ମହାଲକ୍ଷ୍ମୀଃ ପଦ୍ମିନୀ ଶ୍ରୀହରପ୍ରିୟା । ।
ତୁଳସୀ ଜଳ ଅର୍ପଣ ମନ୍ତ୍ର:
ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବର୍ଦ୍ଧିନି । ଆଧି ବ୍ୟାଧି ହରା ନିତ୍ୟଂ,ତୁଳସୀ ତ୍ୱଂ ନମୋସ୍ତୁତେ ।
ଦେବୀ ତ୍ୱଂ ନିର୍ମିତା ପୂର୍ବମାର୍ଚିତାସି ମୁନୀଶ୍ୱରୌଃ । ନମୋ ନମସ୍ତେ ତୁଳସୀ ପାପଂ ହର ହରପ୍ରିୟେ । ।