ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି ଆପଣ କୌଣସି ଅସୁବିଧାରେ ଫସି ଯାଇଛନ୍ତି । ସେଥିରୁ ମୁକୁଳିବା ପାଇଁ ଆପଣଙ୍କୁ କୌଣସି ବୁଦ୍ଧି ବାଟ ଦିଶୁ ନାହିଁ । ତେବେ ତୁରନ୍ତ ଏହି ଉପାୟକୁ ଆପଣାନ୍ତୁ । ଏହାଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ ।
ଓଁ ଗଂ ଗଣପତୟେ ନମଃ: ଏହି ମନ୍ତ୍ରକୁ ଯପ କରିବା ଦ୍ୱାରା ଚାକିରି କ୍ଷେତ୍ରରେ ଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହାସହିତ ଆପଣଙ୍କ ମନ ବି କାର୍ଯ୍ୟ କରିବାରେ ରହିଥାଏ । ସେଥିପାଇଁ ଆପଣ ନିୟମିତ ସକାଳୁ ଉଠି ଏହି ମନ୍ତ୍ର ଯପ କରୁନ୍ତୁ । ଏହାଦ୍ୱାରା ଗଣେଶ ମହାପ୍ରଭୁ ଆପଣଙ୍କ ଉପରେ ପ୍ରଶନ୍ନ ହୋଇଥାନ୍ତି ।
ଓଁ ହ୍ରିଂଗୌରେ ନମଃ: ଏହି ମନ୍ତ୍ର ଯପ କରିବା ଦ୍ୱାରା ବ୍ୟକ୍ତଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଥାଏ । ସେଥିପାଇଁ ଆପଣଙ୍କୁ ଦୁର୍ଗା ମା’ଙ୍କ ପାଖରେ ବସି ୧୧ ଥର ଏହି ମନ୍ତ୍ର ଯପ କରନ୍ତୁ ।
ଓଁ ନମଃ ଶିବାୟ: ପ୍ରତିଦିନ ସକାଳୁ ନିତ୍ୟକ୍ରମ ସାରି ଭଗବାନ ଶିବଙ୍କ ସାମ୍ନାରେ ୧୧ ଥର ଏହି ମନ୍ତ୍ର ଯପ କରନ୍ତୁ । ଏହାକୁ ଲଗାତର ୨୭ ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ବ୍ୟକ୍ତି ଜୀବନରେ ଅର୍ଥ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ । ଧ୍ୟାନ ରଖନ୍ତୁ ଯେ ମନ୍ତ୍ର ଯପ କଲାବେଳେ ସର୍ବଦା ରୁଦ୍ରାକ୍ଷ ମାଳାରେ ଯପ କରିବା ଉଚିତ୍ ।