ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗୁରୁବାର ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବାର ବିଧି ରହିଛି । ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜା ଏବଂ ବ୍ରତ ରଖାଯାଇଥା । ଭଗବାନ ବିଷ୍ଣୁ ହେଉଛନ୍ତି ଜଗତର ରକ୍ଷକ ଏବଂ ଭକ୍ତିର ସହିତ କରାଯାଇଥିବା ପୂଜାକୁ ସେ ଗ୍ରହଣ କରନ୍ତି । ଯଦି ବିଷ୍ଣୁଙ୍କୁ ବିଧିପୂର୍ବକ ଭାବରେ ପୂଜା କରିବା ସମ୍ଭବ ନୁହେଁ, ତେବେ ଭଗବାନ ବିଷ୍ଣୁଙ୍କ ଏହି ମନ୍ତ୍ର ଜପ କରିବା ମଧ୍ୟ ଅତ୍ୟନ୍ତ ଫଳପ୍ରଦ ଅଟେ।
ଭଗବାନ ବିଷ୍ଣୁଙ୍କ ଏହି ମନ୍ତ୍ରକୁ ଗୁରୁବାର ଜପିବା ଦ୍ୱାରା ଭଗବାନ ପ୍ରସନ୍ନ ହେବା ସହ ଭକ୍ତଙ୍କ ସମସ୍ତ ମନସ୍କାମନା ପୁରଣ କରିଥାନ୍ତି । ଏହାସହିତ ଏହି ମନ୍ତ୍ର ଜପିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ବିଶେଷ କୃପା ଲାଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ମନ୍ତ୍ର..
ଓଁ ବିଷ୍ଣବେ ନମଃ ।
ଓଁ ହୁଂ ବିଷ୍ଣବେ ନମଃ ।
ଓଁ ନମୋ ନାରାୟଣ ।
ଓଁ ବାସୁଦେବାୟ ନମଃ ।
ଓଁ ନାରାୟଣ ନମଃ ।
ଓଁ ନମୋ ଭଗବତେ ବାସୁଦେବାୟ ନମଃ ।