ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଶ୍ରାବଣ ମାସର ଶେଷ ସୋମବାର । ଏହି ମାସରେ ଭଗବାନ ଶିବଙ୍କୁ ପୂଜିବାର ଖୁବ୍ ମହତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଏହି ମାସରେ ଭଗବାନ ଶିବଙ୍କର ନାଁ ଉଚ୍ଚାରଣ କରାଯାଏ ତେବେ ଭଗବାନ ପ୍ରସନ୍ନ ହୋଇ ଭକ୍ତଙ୍କର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଭୋଳାନାଥଙ୍କର କିଛି ନାଁ କହିବାକୁ ଯାଉଛୁ, ଯାହାକୁ ଜପ କରିବା ଦ୍ୱାରା ବ୍ୟକ୍ତିଙ୍କ ଦ୍ୱାରା ହୋଇଥିବା ସମସ୍ତ ପାପରୁ ମୁକ୍ତି ମିଳି ପାରିବ । ହିନ୍ଦୁ ଧର୍ମର ପୁରାଣ ଏବଂ ଶାସ୍ତ୍ରରେ ମଧ୍ୟ ଏହି ଏହି ନାଁର ମହିମା ବିଷୟରେ ବର୍ଣ୍ଣନା କରାଯାଇଛି ।
ଭଗବାନ ଶିବଙ୍କର ୧୨ ଟି ନାଁ: ସୋମନାଥ, ମଲିକାର୍ଜ୍ଜୁନ, ମହାକାଳେଶ୍ୱର, ଓଁକାରେଶ୍ୱର, ବୈଦ୍ୟନାଥ, ଭୀମଶଙ୍କର, ରାମେଶ୍ୱର, ବିଶ୍ୱନାଥ, ତ୍ରୟବକେଶ୍ୱର, କେଦାରନାଥ, ଘୃଷ୍ନେଶ୍ୱର ଏହାବ୍ୟତୀତ ଭୋଳାନାଥଙ୍କ ଉପରେ ଗଙ୍ଗାଜଳ ଚଢାଇବା ଦ୍ୱାରା ବହୁତ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ୱାରା ବ୍ୟକ୍ତିଙ୍କୁ ମୋକ୍ଷ ଏବଂ ଶୁଭ ଓ ଲାଭ ପ୍ରାପ୍ତି ହୋଇଥାଏ । ଯଦି କୌଣସି ବ୍ୟକ୍ତି କରଜରେ ବୁଡି ରହିଛନ୍ତି ତେବେ ସେଥିପାଇଁ ଗଙ୍ଗାଜଳକୁ ଏକ ପିତଳ ବୋତଲରେ ଭରି ଘରର ଉତ୍ତର-ପୂର୍ବ କୋଣରେ ରଖିଦିଅନ୍ତୁ ।
ଏହା ସହିତ ସଫଳତା ପ୍ରାପ୍ତି ପାଇଁ ସର୍ବଦା ଗଙ୍ଗାଜଳକୁ ପୂଜା ଘର ଏବଂ ରୋଷଘରେ ରଖନ୍ତୁ । ପୁରାତନ ଧନ ପ୍ରାପ୍ତି, ବ୍ୟବସାୟରେ ଉନ୍ନତି ଏବଂ ଭଲ ଚାକିରୀ ପାଇଁ ଭଗବାନ ଶିବଙ୍କୁ ବେଲପତ୍ର, କଲମ ଏବଂ ଗଙ୍ଗାଜଳ ଚଢାନ୍ତୁ ।
ପୁରାଣ ଅନୁସାରେ ଗଙ୍ଗାଜଳକୁ ସର୍ବଦା ଘରେ ରଖିବା ଦ୍ୱାରା ଶୁଖ ସମୃଦ୍ଧି ଲାଭ ହୋଇଥାଏ । ଯଦି ଆପଣଙ୍କ ଘରେ କୌଣସି ବାସ୍ତୁଦୋଷ ଅଛି ତେବେ ନିୟମିତ ଗଙ୍ଗାଜଳ ଛିଚନ୍ତୁ । ଏଭଳି ନିୟମିତ କରିବା ଦ୍ୱାରା ବାସ୍ତୁଦୋଷ ଦୂର ହେବା ସହିତ ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।