ଏଟିଆର ବ୍ୟୁରୋ: କୁହାଯାଏ ହୃଦୟରୁ କରାଯାଇଥିବା ପ୍ରାର୍ଥନା ବହୁତ ଶୀଘ୍ର ଶୁଣିଥାନ୍ତି ଭଗବାନ । ସେହିପରି ଭଗବାନଙ୍କ କୃପାରୁ ସମସ୍ତ ସମସ୍ୟା ଦୂର ହୋଇ ଘରେ ସୁଖ-ସମୃଦ୍ଧି ବଳବତ୍ତର ହୋଇ ରହିଥାଏ । କିନ୍ତୁ ଭଗବାନଙ୍କୂ ପୂଜା କରିବା ସମୟରେ ମନରେ କୌଣସି ନକରାତ୍ମକ ଭାବନା ରଖିବା ଉଚିତ୍ ନୁହେଁ । ଏହାଦ୍ୱାରା ପୂଜା ସଫଳ ହୋଇନଥାଏ ।
ଜ୍ୟୋତିଷଶାସ୍ତ୍ର ଅନୁସାରେ , ବ୍ୟକ୍ତିଙ୍କ ଜୀବନରେ ଯଦି କୌଣସି ସମସ୍ୟା ଥାଏ ତେବେ ଶ୍ରୀକୃଷ୍ଣଙ୍କ ମନ୍ତ୍ର ଜପିବା ଦ୍ୱାରା ତାହା ଦୂର ହୋଇପାରିବ । କୁହାଯାଏ କି ମହାଭାରତ କାଳରେ ଦ୍ରୌପଦିଙ୍କ ଉପରେ କୌଣସି ସଙ୍କଟ ଆସୁଥିଲେ ସେ ଏହି ମନ୍ତ୍ର ଜପୁଥିଲେ । ତେବେ ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ମନ୍ତ୍ର..
ମନ୍ତ୍ର ଜପିବା ବେଳେ ଦେବୀ ଦ୍ରୌପଦିଙ୍କ ଧ୍ୟାନ କରିବା ଉଚିତ୍ । ଯଦି ଜୀବନରେ ବାରମ୍ବାର ସମସ୍ୟା ଉପୁଜୁଥାଏ ତେବେ ଶ୍ରଦ୍ଧା ମନରେ ୧୦୮ ଥର ମନ୍ତ୍ର ଜପିବା ଉଚିତ୍ । ମନରେ ଭାବନା ଆସିବା ଉଚିତ୍ କି ଭଗବାନ ଶ୍ରୀକୃଷ୍ଣ ଆପଣଙ୍କ ସାହାର୍ଯ୍ୟ କରିବେ । ଏହାସହିତ ବହୁତ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହୋଇଯିବ ।
ଜୀବନରେ କୌଣସି ସଙ୍କଟ ବା ବଡ ସମସ୍ୟା ଆସିଲେ ଶ୍ରୀକୃଷ୍ଣଙ୍କର ଏହି ମନ୍ତ୍ର ଜପନ୍ତୁ । ‘’ ହେ କୃଷ୍ଣ ଦ୍ୱାରକାଭାସିନ୍ କ୍ୱାସି ଯାଦବନନ୍ଦନ । ଆପଦ୍ରିଃ ପରିଭୂତାଂ ମାଂ ତ୍ରୟସ୍ୱାଶୁ ଜନାର୍ଦନ’’ ।
ସେହିପରି ଯଦି କୌଣସି ରୋଗରେ ପୀଡିତ ଅଛନ୍ତି ତେବେ ଶ୍ରୀକୃଷ୍ଣଙ୍କ ମନ୍ତ୍ର ‘’ ଓଁ ନମୋ ଭଗବତେ ତସ୍ମୈ କୃଷ୍ଣାୟା କୁଣ୍ଠ ମେଧସେ । ସର୍ବ ବ୍ୟାଧି ବିନାଶାୟ ପ୍ରଭୋ ମାମୃତଂ କୃଦ୍ଧି’’ । ଏହି ମନ୍ତ୍ର ସକାଳୁ ୩ ଥର ଜପିବା ଉଚିତ୍ ।
ମାନ୍ୟତା ରହିଛି କି କୃଷ୍ଣଙ୍କ ‘କୃଷ୍ଣାୟ ବାସୁଦେବାୟ ହରୟେ ପରାମାତ୍ମନେ । ପ୍ରଣତଃ କ୍ଲେଶ ନାଶାୟ ଗୋବିନ୍ଦାୟ ନମୋ ନମଃ’ ମନ୍ତ୍ ଜପିବା ଦ୍ୱାରା ଆଗକୁ ଆସିବାକୁ ଥିବା ସଙ୍କଟରୁ ମୁକ୍ତି ମିଳିଥାଏ ।