ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଧିକ ଆୟ କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା । ଯାହାଫଳରେ ସେମାନେ ନିଜର ପରିବାର ସଦସ୍ୟଙ୍କ ଆବଶ୍ୟକତାକୁ ପୂରଣ କରିପାରିବେ । ଧନ ପ୍ରାପ୍ତି ପାଇଁ ଇଛା ହିଁ ବାଧ୍ୟ କରିଥାଏ । ଯେଉଁ ଭଳି ଭାବେ ଟଙ୍କା ମିଳିବ ସେହିପରି ଭାବେ ଇଛା ମଧ୍ୟ ବଢି ଚାଲିବ । ସେଥିପାଇଁ ଯଦି ଆପଣ ଧନ ପ୍ରାପ୍ତି ଲାଗି ଇଛୁକ ଅଛନ୍ତି କିନ୍ତୁ ଆପଣଙ୍କର ସମସ୍ତ ପ୍ରୟାସ ବ୍ୟର୍ଥ ଯାଉଛି ତେବେ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଧର୍ମିକ ଗ୍ରନ୍ଥର ଏଭଳି ମନ୍ତ୍ର ବିଷୟରେ କହିବାକୁ ଯାଉଛୁ, ଯାହାକୁ ନିୟମିତ ଜପିବା ଦ୍ୱାରା ଧନ ପ୍ରାପ୍ତି ହେବେ ।
ଶ୍ରୀକୃଷ୍ଣ ମନ୍ତ୍ର- ଓଂ ଶ୍ରୀ ନମଃ ଶ୍ରୀକୃଷ୍ଣାୟ ପରିପୂର୍ଣ୍ଣତମାୟ ସ୍ୱାହା
ଧର୍ମ ଗ୍ରନ୍ଥରେ ଉଲ୍ଲେଖନୀୟ ଏହି ମନ୍ତ୍ର ଭଗବାନ କୃଷ୍ଣଙ୍କର ସପ୍ତଦଶାକ୍ଷର ମହାମନ୍ତ୍ର । ଏହି ମନ୍ତ୍ରକୁ କେବଳ ଏକ ଶହ କିମ୍ବା ଦୁଇ ଶହ ଥର ପାଠ କଲେ ହେବ ନାହିଁ କରଂ ଏହାକୁ ପାଞ୍ଚ ଲକ୍ଷ ଥର ଜପ କଲେ ହିଁ ଫଳ ପ୍ରାପ୍ତି ହୋଇଥାଏ । ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଜପନ୍ତୁ ।
ଶ୍ରୀକୃଷ୍ଣ ମନ୍ତ୍ର- କୃଂ କୃଷ୍ଣାୟ ନମଃ
ଏହି ମନ୍ତ୍ରୀ ଶ୍ରୀକୃଷ୍ଣଙ୍କ ମୂଳମନ୍ତ୍ର । ପ୍ରତ୍ୟେକ ଦିନ ସକାଳୁ ସ୍ନାନ ସାରି ଏହି ମନ୍ତ୍ରକୁ ୧୦୮ ଥର ଜପନ୍ତୁ । ଏଭଳି କରିବା ଦ୍ୱାରା ସମସ୍ତ ବାଧା ବିଘ୍ନ ଦୂର ହେବ । ଏହି ମନ୍ତ୍ର ଜପିବା ଦ୍ୱାରା ଅଟକି ରହିଥିବା ଧନ ତୁରନ୍ତ ପ୍ରାପ୍ତ ହୋଇଥାଏ ।
ଏହାବ୍ୟତିତ ଆପଣ ପ୍ରତ୍ୟେକ ଶୁକ୍ରବାର ସକାଳୁ ସ୍ନାନ ସାରି ଘରର ପୂଜା ସ୍ଥାନରେ ଘିଅ ଦୀପ ଜଳାଇ ମା- ଲକ୍ଷ୍ମୀଙ୍କୁ ମିଶିରି ଏବଂ ଖିରି ଭୋଗ ଲଗାନ୍ତୁ । ଏହାସହିତ ମା ଲକ୍ଷ୍ମୀଙ୍କ ମନ୍ତ୍ର ଓଂ ଶ୍ରୀଂ ଶ୍ରିୟେ ନମଃ କୁ ୧୦୮ ଥର ଜପନ୍ତୁ । ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହ ଧନ ବର୍ଷା କରିଥାନ୍ତି ।