ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିଦେବଙ୍କୁ ଗ୍ରହ ମାନଙ୍କ ନ୍ୟାୟଧିଶ କୁହାଯାଏ । ପ୍ରତ୍ୟେକ ବ୍ୟକ୍ତିଙ୍କ ଭଲ ଏବଂ ଖରାପ କର୍ମର ଫଳ ଶନିଦେବ ଦେଇଥାନ୍ତି । ଯଦି ଯେଉଁ ବ୍ୟକ୍ତିଙ୍କ ଜାତକରେ ଶନି ଅଶୁଭ ସ୍ଥିତିରେ ଅଛନ୍ତି ତେବେ ସେହି ବ୍ୟକ୍ତି ତାର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ବଦଳାଇବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ଶନିଦେବଙ୍କ କିଛି ଶକ୍ତିଶାଳୀ ମନ୍ତ୍ର ଜପ କରନ୍ତୁ ।
ବୈଦିକ ମନ୍ତ୍ର: ଓଁ ଶଂ ନୋ ଦେବିରାଭିଷ୍ଟୟ ଆପୋ ଭବନ୍ତୁ ପିତୟେ । ଶଂୟୋରଭି ଶ୍ରବନ୍ତୁ ନଃ । ।
ପୌରାଣିକ ମନ୍ତ୍ର: ନୀଳାଂଜନସମାଭାସଂ ରବିପୁତ୍ରଂ ୟମାଗ୍ରଜଂ ଛାୟା ମାର୍ତଣ୍ଡଶମ୍ଭୁତଂ ତଂ ନମାମୀ ଶନିଶ୍ଚରମ୍ । ।
ବୀଜ ମନ୍ତ୍ର: ଓଁ ପ୍ରାଂ ପ୍ରିଂ ପ୍ରୌଂ ସଃ ଶନୀଶ୍ଚରାୟ ନମଃ । ।
ଲଘୁ ମନ୍ତ୍ର: ଓଁ ଶଂ ଶନିଶ୍ଚରାୟ ନମଃ । ।