ପୁରୀ (ଏଟିଆର ବ୍ୟୁରୋ): ଆଉ ମାତ୍ର ଦିନ ୪ଟା ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । କାରିଗରଙ୍କ ହାତକୁ ନାହିଁ ଫୁରସତ । ରଥର ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ତିନି ରଥରେ ୩ଟି କଳସ ଓ ୬ଟି ଓଲଟ ଶୁଆ ସ୍ଥାପନା କରାଯାଇଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି କନକମୁଣ୍ଡି ଓ ପ୍ରଭା କାର୍ଯ୍ୟ । ରଥରେ ହଂସପଟା ଲଗାଯାଇଛି ।
ଏହାସହିତ ରଥର ତିନି ସାରଥୀଙ୍କ ରଙ୍ଗ କାମ ଶେଷ ହେଉଥିବା ବେଳେ ଘୋଡା ରଙ୍ଗ ପାଇଁ ପ୍ରସ୍ତୁତି ଚାଲିଛି । ପାଶ୍ୱର୍ ଦେବାଦେବୀ, ସଖୀ, ଶିଖରଡମ୍ବରୁ ଚିତ୍ର ସରିବା ଉପରେ ରହିଛି ।
ସେହିପରି ତିନି ରଥର କନାମଣ୍ଡଣି ପାଇଁ କନା ସିଲାଇରେ ବ୍ୟସ୍ତ ଅଛନ୍ତି ଦର୍ଜି ସେବକ ।