ପୁରୀ (ଏଟିଆର ବ୍ୟୁରୋ): ଆଉ ମାତ୍ର ଦିନ ୩ଟା ପରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । କାରିଗରଙ୍କ ହାତକୁ ନାହିଁ ଫୁରସତ । ରଥର ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ସୋମବାର ରଥରେ ଶିଖରଡମ୍ବରୁ ଲଗାଯିବା ପରେ ପାଶ୍ୱର୍ଦେବାଦେବୀଙ୍କୁ ସ୍ଥାପନ କରାଯାଇଛି । ଆଜି ରଥରେ ବୁଲିବ ଠେକରାବାଡ ।
ପ୍ରଭା କାମ ଶେଷ ହୋଇଥିବା ବେଳେ ଜାରି ରହିଛି ସିଂହାସନ କାମ । ରଥରେ କନାମଣ୍ଡଣୀ ହୋଇ ପିତଳ ସାଜ ଲଗାଯିବ । ଏହାସହିତ ସିଂହାସନ ଉପରେ କନକମୁଣ୍ଡି କାମ ଶେଷ ହୋଇଥିବା ବେଳେ କନକମୁଣ୍ଡିରେ ପିତ୍ତଳ ଚାଦର ବୁଲିବ ।
ଅନ୍ୟପଟେ ରଥରେ ଧ୍ୱଜବତା ଲଗାଯାଇଛି ଏବଂ ଅଶ୍ୱ ଲାଗିବା ନିମନ୍ତେ ଇଶ୍ୱ ଓ ଜୁଆଳି ପ୍ରସ୍ତୁତ ହୋଇଛି । ସେହିପରି ରଥରେ ପିତ୍ତଳ ଅଳଙ୍କାରମାନ ଲଗାଯିବ । ଏହାପରେ ରଥରେ କନାମଣ୍ଡଣୀ କାମ ଶେଷ ହେବା ପରେ ରକ୍ଷକମାନଙ୍କୁ ସ୍ଥାପନା କରାଯିବା ।