ପୁରୀ (ଏଟିଆର ବ୍ୟୁରୋ): ଜୁଲାଇ ୧ ରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଦ ରଥଯାତ୍ରା । ଆଉ ମାତ୍ର ଗୋଟେ ଦିନ ପରେ ବଡ ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀଜିଉ । ଏନେଇ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । କାରିଗରମାନେ ରଥର ଶେଷ ସ୍ପର୍ଷ ଦେଉଛନ୍ତି । ଦରଜି ସେବକଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ମଣ୍ଡଣୀ କନାକୁ ରଥରେ ଲଗାଇବା ଆରମ୍ଭ କରିଛନ୍ତି କୋଠସୁଆଁସିଆ ସେବକ ।
ତିନି ରଥ ତଥା ପ୍ରଥମେ ତାଳଧ୍ୱଜ ତାପରେ ନନ୍ଦୀଘୋଷ ଏବଂ ଶେଷରେ ଦର୍ପଦଳନ ରଥରେ କନା ମଣ୍ଡଣୀ ଆରମ୍ଭ ହୋଇଛି ।
ଅନ୍ୟପଟେ ପ୍ରଭା କାର୍ଯ୍ୟ ଶେଷ ହୋଇଥିବା ବେଳେ ରଥରେ ଠେକରାବାଡ ବୁଲି ସାରିଛି । ଶେଷ ପର୍ଯ୍ୟାୟରେ ରଥର ସିଂହାସନ କାମ । ତିନି ରଥରେ କନାମଣ୍ଡଣୀ ଶେଷ ହେବା ପରେ ରଥ ରକ୍ଷକମାନଙ୍କୁ ସ୍ଥାପନା କରାଯିବ ।