ଭୁବନେଶ୍ୱର (ଏଟିଆର ବ୍ୟୁର):ଆଜି ସାରା ଦେଶରେ ପାଳିତ ହେଉଛି ଛଟ ପର୍ବ । ସୂର୍ଯ୍ୟଦେବ ଏବଂ ଛଟି ମୟାଙ୍କୁ ସମର୍ପିତ କରାଯାଏ ଏହି ପର୍ବ । ଏନେଇ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । କେବଳ ଉତ୍ତର ଭାରତ ନୁହେଁ ବରଂ ବିହାର ଠାରୁ ଆରମ୍ଭ କରି ଦିଲ୍ଲୀ ଏବଂ ମୁମ୍ବାଇ ସହରରେ ମଧ୍ୟ ଏହି ପର୍ବ ପାଳନ କରାଯାଉଛି । ଏଥିରେ ବାଦ୍ ପଡି ନାହାନ୍ତି ଓଡିଶାରେ ଥିବା ବିହାରୀ ସଂପ୍ରଦାୟର ଲୋକେ ।
ମହିଳା ମାନେ ଦୁଇ ଦିନ ପର୍ୟ୍ୟନ୍ତ ନିର୍ଜଳ ଉପବାସ ରଖି ତାଙ୍କ ପରିବାରର ସୁଖ ଶାନ୍ତି ପାଇଁ ସୂର୍ୟ୍ୟ ଦେବଙ୍କୁ ପାର୍ଥନା କରିଥାନ୍ତି । ସୂର୍ୟ୍ୟ ଦେବଙ୍କ ଉପାସନାରେ ଏହି ଛଟ ପର୍ବରେ ଖାସ୍ ମହତ୍ୱ ରହିଛି । ଦୁଇ ଥର ଅର୍ଘ୍ୟ ଦେବା ପରେ ହିଁ ବ୍ରତ ପୂରା ହୋଇଥାଏ । ଛଟ୍ ପର୍ବର ବ୍ରତ ଏବଂ ପୂଜା ଦୁଇଟି ଯାକର ମହତ୍ୱ ରହିଛି ।