ଭୁବନେଶ୍ୱର (ଏଟିଆର ବ୍ୟୁରୋ): କଳାହାଣ୍ଡି ଭବାନୀପାଟଣାର ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପର୍ଣ୍ଣ ହୋଇଛି । ଚଳିତବର୍ଷ କୋଭିଡ କଟକଣା ଭିତରେ ମା’ଙ୍କ ପ୍ରସିଦ୍ଧ ଯାତ୍ରା ପାଳିତ ହୋଇଛି । ବିନା ବଳି ଏବଂ ବିନା ଭକ୍ତରେ ହୋଇଛି ଯାତ୍ରା ।
ଆଜି ଭୋର ୪ଟା ୪୫ ରୁ ପାରମ୍ପରିକ ବାଦ୍ୟ, ଢୋଲର ତାଳେ ତାଳେ ଭବାନୀପାଟଣା ଉପକଣ୍ଠ ଜେନାଖାଲଠାରୁ ରାଜନଅରରେ ଥିବା ମାଣିକେଶ୍ୱରୀ ମନ୍ଦିରକୁ ଛତର ପ୍ରତ୍ୟାବର୍ତ୍ତନ କରିଥିଲା ।
କୋଭିଡ କଟକଣା ପାଇଁ ୨୩ ରୁ ୨୫ ତାରିକ ଯାଏଁ ସାରା ସହରରେ ୧୪୪ ଧାରା ଲାଗୁ କରାଯାଇଛି । ସହରରେ ୪ ଜଣରୁ ଅଧିକ ଏକତ୍ରିତ ହୋଇ ପାରିବେ ନାହିଁ । ପୂର୍ବବର୍ଷ ଭଳି ମା’ଙ୍କ ଯାତ୍ରାରେ ସମାଗମ ଦେଖିବାକୁ ମିଳିନାହିଁ । ଯେଉଁ ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥାଏ ସେଠାରେ ସବୁକିଛି ଖାଁ ଖାଁ ଦେଖିବାକୁ ମିଳିଛି । ଏହାସହିତ ଚଳିତବର୍ଷ ବଳି ପ୍ରଥାକୁ ବନ୍ଦ କରିଦିଆ ଯାଇଛି । ସବୁକିଛି ନିରାମ୍ବର ଭାବେ ପାଳିତ ହୋଇଛି ।