ପୁରୀ (ଏଟିଆର ବ୍ୟୁରୋ): ଆଜି ସନ୍ଧ୍ୟାରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ । ଏହି ବୈଠକରେ ଚନ୍ଦ୍ର ଗ୍ରହଣ ନୀତି ନେଇ ଆଲୋଚନା କରାଯିବ । ଆସନ୍ତା ୮ ତାରିଖରେ ଚନ୍ଦ୍ର ଗ୍ରହଣ ପଡୁଛି । ଦିନ ୨ ଟା ୩୮ ମିନିଟ୍ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରି ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ମୋକ୍ଷ ହେବ । ବିଧି ମୁତାବକ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ କରାଯିବ ।
କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ପାକତ୍ୟାଗ ବିଧିକୁ ନେଇ ଏବେ ସାଧାରଣରେ ଦ୍ୱନ୍ଦ ଉପୁଜିଛି । ଏନେଇ ବୈଠକରେ ଜ୍ୟୋର୍ତିବିଦ ଏବଂ ଗଣନାକାରୀଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଧିରେ ସଂଶୋଧନ କରାଯିବ । ଏହାସହିତ ଏଥିରେ ପଞ୍ଚୁକ ପ୍ରସ୍ତୁତି ପାଇଁ ମଧ୍ୟ ଆଲୋଚନା କରାଯିବ ।