ପୁରୀ (ଏଟିଆର ବ୍ୟୁରୋ); ଅଗଷ୍ଟ ପହିଲାରୁ ସାରା ରାଜ୍ୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ଧର୍ମାନୁଷ୍ଠାନ ଖୋଲିବା ନେଇ ସମସ୍ତ ଜିଲ୍ଲା ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ସେହିଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ ଛୋଟ ବଡ ମନ୍ଦିର ଗୁଡିକ ଧୀରେ ଧୀରେ ଖୋଲିଲାଣୀ । କିନ୍ତୁ ପୁରୀ ଶ୍ରୀମନ୍ଦିର କେବେ ଖୋଲିବ ସେନେଇ ଅପେକ୍ଷାରତ ଭକ୍ତ । ସେଥିପାଇଁ ଆଜି ବସିବ ଛତିଶା ନିଯୋଗ ବୈଠକ । ଏଥିରେ ଶ୍ରୀମନ୍ଦିର ଖୋଲିବା ନେଇ ନିଆଯାଇ ପାରେ ନିଷ୍ପତି ।
କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା ପୁରୀ ଶ୍ରୀମନ୍ଦିର । ମନ୍ଦିରରେ କେବଳ ମହାପ୍ରଭୁଙ୍କ ନୀତିକାନ୍ତି ହେଉଥିଲା । ମାତ୍ର ଏବେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବା ପରେ କଟକଣା କୋହଳ ହେବା ସହ ଧର୍ମାନୁଷ୍ଠାମାନ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।