ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ଇଦ୍-ଉଲ୍-ଅଦହା । ଏହା ମୁସଲମାନ ସମ୍ପ୍ରଦାୟର ଏକ ପ୍ରମୁଖ ବଡ ପର୍ବ । ଚଳିତବର୍ଷ କରୋନା କଟକଣା ମଧ୍ୟରେ ପାଳିତ ହେଉଛି ଇଦ୍ । ଘରେ ରହି ଇଦ୍ ପାଳୁଛନ୍ତି ମୁସଲମାନ ଭାଇ ଭଉଣୀମାନେ । ଏହି ପବିତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁସଲମାନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁଖ-ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ବର୍ତ୍ତମାନ କରୋନା ରାଜ୍ୟରୁ ସମ୍ପୂର୍ଣ୍ଣ ଭାବେ ଦୂର ହୋଇନି । ସେଥିପାଇଁ କରୋନା ନିୟମ ପାଳନ କରି ଘରେ ରହି ପରିବାର ବର୍ଗଙ୍କ ସହ ଆନନ୍ଦ ଉଲ୍ଲାସର ସହ ପର୍ବକୁ ଉପଭୋଗ କରନ୍ତୁ ।