ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ପୂଜା କାର୍ଯ୍ୟରେ ନଡିଆର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ବିନା ନଡିଆରେ ଦେବା-ଦେବୀଙ୍କ ପୂଜା କଲେ ପୂଜା ସମ୍ପୂର୍ଣ୍ଣ ହୋଇନଥାଏ । ଏହାସହିତ ଭଗବାନଙ୍କ ଠାରେ ନଡିଆ ଲାଗି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମନ୍ଦିରରେ ଭଗବାନଙ୍କ ପାଖରେ ପୂଜାରୀ କିମ୍ବା ପୁରୁଷ ମାନେ ନଡିଆ ଭାଙ୍ଗି ଥିବାର ଆପଣମାନେ ନିଶ୍ଚିତ ରୂପେ ଦେଖିଥିବେ । କିନ୍ତୁ ହିନ୍ଦୁ ଧର୍ମରେ ଭଗବାନଙ୍କଠାରେ ନଡିଆ ଭାଙ୍ଗିବାର ଅଧିକାର ମହିଳାମାନଙ୍କର ନାହିଁ । ତେବେ ଆସନ୍ତୁ ଏହା ପଛରେ ଥିବା ରହସ୍ୟ ସମ୍ପର୍କରେ…
ନଡିଆ ପଛରେ ବି ଏକ କଥା ଲୁକକାୟିତ ହୋଇ ରହିଛି । ପ୍ରକୃତରେ ବିଶ୍ୱ ନିର୍ମାଣ କରିବା ପୂର୍ବରୁ ବ୍ରହ୍ମ ଋଷି ବିଶ୍ୱମିତ୍ରା ନଡିଆ ନିର୍ମାଣ କରିଥିଲେ । ନଡିଆକୁ ବୀଜ ରୂପ ବୋଲି କୁହାଯାଇଥାଏ, ଯାହା ପ୍ରଜନନ କ୍ଷମତାକୁ ଯୋଡିବାରେ ସହାୟକ ହୋଇଥାଏ ।
ମହିଳାମାନେ ବୀଜ ରୂପରୁ ହିଁ ଶିଶୁଙ୍କୁ ଜନ୍ମ ଦେଇଥାନ୍ତି । ସେଥିପାଇଁ ମହିଳାଙ୍କ ପାଇଁ ବୀଜ ରୂପ ନଡିଆ ଭାଙ୍ଗିବା ଅଶୁଭ ବୋଲି କୁହାଯାଇଥାଏ । ସେହି ଅନୁସାରେ ଦେବା-ଦେବୀଙ୍କ ଠାରେ ଶ୍ରୀଫଳ ଲାଗି ହେବା ପରେ ପୁରୁଷ ମାନେ ହିଁ ତାକୁ ଭାଙ୍ଗିଥାନ୍ତି ।