ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଙ୍ଗଳବାର ଉତ୍ତରାଖଣ୍ଡର ହରିଦ୍ୱାରରେ ୫୯୪ ନୂତନ କରେନା ମାମଲା ସାମ୍ନାକୁ ଆସିଛି । ଏହାସହିତ ସହରରେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮୧୨ରେ ପହଁଚିଛି । ସେହିପରି ଗତ ୨୪ ଘଣ୍ଟାରେ ଉତ୍ତରାଖଣ୍ଡରେ ୧୯୨୫ ନୂତନ ମାମଲା ଏବଂ ୧୩ ଜଣଙ୍କର ମୃତ୍ୟୁ ହୋଇଛି । କରୋନର ଦ୍ୱିତୀୟ ଲହର ବ୍ୟାପୁଥିବା ବେଳେ ଏବେ ହରିଦ୍ୱାରରେ ମହାକୁମ୍ଭ ମେଳା ଜାରି ରହିଛି । ଏହି ମେଳାରେ ସାମିଲ ହେବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ହରିଦ୍ୱାରରେ ପହଁଚୁଛନ୍ତି । ଏକ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କୁମ୍ଭମେଳାରେ ପାଖାପାଖି ୧୦ ଲକ୍ଷ ଲୋକ ସାମିଲ ହେବେ ।
ସୋମବାର ସହି ସ୍ନାନ ଅବସରରେ ପାଖାପାଖି ଏକ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ବୁଡ ପକାଇଛନ୍ତି । ଏହି ସମୟରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା କୋଭିଡ ଗାଇଡଲାଇନ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି । ଲୋକେ ସେଠାରେ ବିନା ମାସ୍କରେ ବୁଲିବା ସହିତ ସାମାଜିକ ଦୂରତା ଅବଲମ୍ବନ କରୁନଥିବାର ଦେଖିବାକୁ ମିଳିଛି ।