ପୁରୀ (ଏଟିଆର ବ୍ୟୁରୋ): ଚାଲିଛି କାର୍ତ୍ତିକ ମାସ । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ଜମିଛି ହବିଷ୍ୟାଳୀଙ୍କ ଭିଡ । ଏକମାସ ଧରି ବ୍ରତ ପାଳନ କରିବେ ହବିଷ୍ୟାଳୀ । ଭୋରୁ ବ୍ରତଧାରୀମାନେ ଉଠି ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରଣୀରେ ସ୍ନାନ କରି ବୃନ୍ଦାବତୀ ନିକଟରେ ରାଇ ଦାମୋଦର ପୂଜା ସହ ପୁରାଣ ପାଠ କରୁଛନ୍ତି । ଏହାସହିତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।
ସେହିପରି କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଜାରି ରହିଛି ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ । ଏହାସହିତ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଓ ବାଳଭୋଗ କରାଯାଉଛି ।
ଅପରପକ୍ଷେ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ହବଷ୍ୟାଳି ଯୋଜନାରେ ୩ ହଜାରରୁ ଅଧିକ ହବିଷ୍ୟାଳୀ ୫ଟି ଜାଗାରେ ରହି କାର୍ତ୍ତିକ ବ୍ରତ କରୁଛନ୍ତି ।